ରେସୱାରେ କାଥରିନ ଦାସଙ୍କ ଜନ୍ମଦିବସ ପାଳିତ


କେନ୍ଦ୍ରାପଡ଼ା, ୨ା୭: ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟା ସ୍ୱର୍ଗତା କାଥରିନ ଦାସଙ୍କ ଜନ୍ମ ଦିବସ ରାଜ୍ୟର ବିଭିନ୍ନ ସ୍ତାନରେ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡାର ଗରାପୁରସ୍ଥିତ ରେସୱା କାର୍ଯ୍ୟାଳୟରେ ମଧ୍ୟ ଏହା ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ଆମେରିକାସ୍ଥିତ ଆଲସ୍କା ବିଶ୍ୱ ବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ଧର୍ମପତ୍ନୀ ସ୍ୱର୍ଗତା କାଥରିନ ଦାସଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ତାଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି, ସମାଜସେବୀ ଭାଗିରଥୀ ଜେନା ଓ ରେସୱା ଦ୍ୱାରା ପରିଚାଳିତ ଜାଗୃତିଗୃହ-୨ର ଅଧିକ୍ଷିକା ମିନତୀ ମହାରଣା ପ୍ରମୁଖ ଯୋଗଦେଇ ତାଙ୍କ ତ୍ୟାଗପୂତ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏଥିସହିତ ଅନ୍ତେବାସୀମାନଙ୍କୁ ଟ୍ରଷ୍ଟ ପକ୍ଷରୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା ।


Next Post

 ଯୁବ ଭାରତ କୃଷକ ସଙ୍ଘର ସମୀକ୍ଷା ବୈଠକ

Wed Jul 3 , 2024
କେନ୍ଦ୍ରାପଡ଼ା, ୨ା୭: ଯୁବ ଭାରତ କୃଷକ ସଂଘ ପକ୍ଷରୁ ଆଜି ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟା ସୁପ୍ରଭା ଦାସ ମହାନ୍ତିଙ୍କ ସଭାପତିତ୍ୱରେ ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାର୍ଶାଘାଇ ବ୍ରାହ୍ମଣୀଗାଁରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛି ।ଏହି ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୁବ ଭାରତ କୃଷକ ସଂଘର ରାଜ୍ୟ ସଭାପତି ପ୍ରଭାକର ନାୟକ ଯୋଗଦେଇ ଉଦବୋଧନ ଦେଇ କୃଷକ ମାନଙ୍କ ମୌଳିକ ଓ ବୃତ୍ତିଗତ ସମସ୍ୟାର […]

KANIKA