କେନ୍ଦ୍ରାପଡା ଜିଲ୍ଲା ଦକ୍ଷତା ବିକାଶ ମିଶନ ବୈଠକ



କେନ୍ଦ୍ରାପଡ଼ା, ୫ା୭: କେନ୍ଦ୍ରାପଡା ଜିଲ୍ଲା ଦକ୍ଷତା ମିଶନ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ପ୍ରାରମ୍ଭରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସାହା ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ଦକ୍ଷତା ବିକାଶ ସମ୍ବନ୍ଧରେ ସମସ୍ତ ତଥ୍ୟ ଉପସ୍ଥାପନା କରିଥିଲେ । ଏହି ବୈଠକରେ ଦକ୍ଷତା ବିକାଶ ସମ୍ବନ୍ଧୀୟ ତଥା ନିଯୁକ୍ତି ଭିତ୍ତିକ ଦକ୍ଷତା ବୃଦ୍ଧି ତାଲିମ, ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା, ବ୍ଲକ ସ୍ତରୀୟ ପରାମର୍ଶ ଶିବିର, ବିଶ୍ୱ ଦକ୍ଷତା ଦିବସ ପାଳନ, କୌଶଳ ରଥ, ସରକାରୀ ପଲିଟେକ୍‌ନିକ୍ ଓ ଆଇଟିଆଇମାନଙ୍କରେ ବାଳିକା ପଞ୍ଜିକରଣ ବୃଦ୍ଧି, ଆପ୍ରେହେନ୍‌ସିଭ୍ ତାଲିମ, ମଡେଲ କ୍ୟାରିୟର ସେଣ୍ଟର ଓ ବାର୍ଷିକ ଦକ୍ଷତା ସୂଚୀ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ଏବଂ ଏହାର ସଫଳ କାର୍ଯ୍ୟକାରୀତା ଉପରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଆଲୋଚନାରେ ଉପସ୍ଥିତ ଥିବା ତାଲିମ ପ୍ରଦାନକାରୀ ସଂସ୍ଥାକୁ ନୂତନତ୍ୱ ଥିବା ସେକ୍ଟରରେ ତାଲିମ ସମ୍ବନ୍ଧୀୟ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଆବଶ୍ୟକୀୟ ତାଲିମ ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ ଏବଂ ଜିଲ୍ଲା ଦକ୍ଷତା ବିକାଶ ମିଶନର ସଦସ୍ୟମାନେ ଉପସ୍ଥିତ ରହି ମୂଲ୍ୟବାନ ମନ୍ତବ୍ୟ ପ୍ରଦାନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading