ସରସ୍ୱତୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ



କେନ୍ଦ୍ରାପଡ଼ା, ୫ା୭: କେନ୍ଦ୍ରାପଡା ବ୍ଲକ ଅଧିନ ଓସ୍ତପୁର ଗ୍ରାମପଞ୍ଚାୟତର ଦେପୁର ଗ୍ରାମସ୍ଥିତ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ- ୨୦୨୪ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ଛାତ୍ରଛାତ୍ରୀମାନେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଯଶ୍ୱସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁରୋଧ କ୍ର୍ରମେ ‘ମା ପାଇଁ ଗଛଟିଏ’କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସର୍ବ ପ୍ରଥମେ ମା’ନାମରେ ଏକ ଗଛ ଲଗାଇବା ପାଇଁ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଶପଥ ପାଠ କରିବା ପରେ ପରିବେଶର ଯତ୍ନ ନେବାକୁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଇକୋକ୍ଲବର ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସର ସମେତ ଆଖପାଖ ଅଞ୍ଚଳରେ ତାଳ, ନଡିଆ, ଗୁଆ ଇତ୍ୟାଦିି ବୃକ୍ଷର ଚାରା ରୋପଣ କରିଥିଲେ । ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ନାୟକ ତାଙ୍କ ଅଭିଭାଷଣରେ ବଜ୍ରପାତ ପରି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ନିମନ୍ତେ ତାଳ, ନଡିଆ ଓ ଗୁଆ ଇତ୍ୟାଦି ବୃକ୍ଷ ପ୍ରଚୁର ପରିମାଣରେ ଲଗାଇବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ମହେଶ୍ୱର ସାହୁ, ଜୟନ୍ତୀ କୁମାରୀ ମହାନ୍ତି, ସନ୍ତୋଷ କୁମାର ଜେନା, ମାନସ ତରାଇ, ସୁଜାତା ସାହୁ, ରାଇଶନ ମାରାଣ୍ଡି, ଶଙ୍କର୍ଷଣ ମେକାପ, ସାବିତ୍ରୀ ସାହୁ, ଆରତୀ ଖଟୁଆ, ଦୀପା ରାଉତରାୟ, ସବିତା ରାଉତରାୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading