ପଟ୍ଟାମୁଣ୍ଡାଇ ୯/୭ -ପଟ୍ଟାମୁଣ୍ଡାଇ ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବିଡ଼ିଓ ଶୁଭ୍ରାଂଶୁ ସାହୁ, ସହକାରୀ ଜିଲ୍ଲାପାଳ ପ୍ରିୟଦର୍ଶନୀ ପ୍ରମୁଖ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପଟ୍ଟାମୁଣ୍ଡାଇ ବିଜୁ ପଟନାୟକ ଛକ ଠାରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି ଓ ଏହାଛଡା ଏହି ଛକରେ ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବସକୁ ଯାତ୍ରୀମାନେ ଅପେକ୍ଷା କରୁଛନ୍ତି । ଏଣୁ ଟ୍ରାଫିକ ସମସ୍ୟା ଦୂର ପାଇଁ ଟ୍ରାଫିକ ପୋଲିସ ବ୍ୟବସ୍ଥା ସହ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ବ୍ଲକ ଅଧକ୍ଷ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରିଥିଲେ । ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ପଛ ରାସ୍ତା ବର୍ଷକ ବାରମାସ ପାଣି ଜମି ରହିବା ଡ୍ରେନେଜ ବ୍ୟବସ୍ଥା ଭୁଶୁଡି ପଡିଥିବାରୁ ଜନସାଧାରଣ ଯାତାୟାତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଥିବାରୁ ତୁରନ୍ତ ପ୍ରତିକାର ପାଇଁ ଉପେନ୍ଦ୍ର ନାୟକ ଓ ସମୀର ପାତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରି ଦାବୀପତ୍ର ପ୍ରଦାନ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକର ଉପାନ୍ତ ପଂଚାୟତ ସିଂହଗାଁ ପଂଚାୟତର ରାଉଳିଆ ପୋଲ ନିର୍ମାଣ ତ୍ୱରାନ୍ୱିତ କରିବାଜୁ ସମିତି ସଭ୍ୟ ଅଭୟ ସ୍ୱାଇଁ ଦାବୀ କରିଥିଲେ । ନୀଳକଣ୍ଠପୁର ସରପଂଚ ଜ୍ଞାନ ରଞ୍ଜନ ଖଣ୍ଡାୟୀ ନୀଳ କଣ୍ଠପୁର ଓ କେଶପୁର ପଂଚାୟତ ଚାଷୀ ଓ ଜନସାଧାରଣଙ୍କ ସୁବିଧା ପାଇଁ ନୀଳକଣ୍ଠପୁର ଠାରୁ କଦଳୀ ବଣ ଓ ଗୋବିନ୍ଦପୁର କେନାଲ ଅଂଚଳରେ ଡ୍ରେନେଜ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ଓ ସଂପୂର୍ଣ୍ଣ କରିବାକୁ ଦାବୀ କରିଥିଲେ । ପଟ୍ଟାମୁଣ୍ଡାଇ ବାଇପାସ ବିଜୁ ପଟନାୟକ ଛକ ଠାରେ ଦୁର୍ଘଟଣା ରୋକିବା ପାଇଁ ହମ୍ପସ ନିର୍ମାଣ ଓ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ ଦାବୀ କରିଥିଲେ । ବାଲିପାଟଣା ପଂଚାୟତରେ ରାସ୍ତା ଉପରେ ନିର୍ମାଣ କରାଯାଇଥିବା ବିଦ୍ୟୁତ ଟ୍ରାନ୍ସଫର ହଟାଇବା ପାଇଁ ପୂର୍ବତନ ସରପଂଚ କିଶୋର ଜେନା ଦାବୀ କରିଥିଲେ । ଖଡିଅଂଟା ପଂଚାୟତ ଚାଷୀମାନେ କଲଭର୍ଟ ଓ ଡ୍ରେନ ନିର୍ମାଣ ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଜନଶୁଣାଣୀ ଶିବିରରେ ଆଗତ ୧୧୧ ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯଇଥିଲା । ଏଥିରେ ଉଦ୍ୟାନ ବିଭାଗ ଉପନିର୍ଦେଶକ ଅଶୋକ ସାମଲ,ବ୍ଲକ ସହନିର୍ବାହୀ ଯନ୍ତ୍ରୀ ଇଂ ଜଳଧର ବେହେରା,ସି ଡି ଏମ ଓ ଅନିତା ପଟନାୟକ,ଡି ଇ ଓ ପ୍ରଦୀପ ନାଗ,ଆର ଡବ୍ଲୁ ଏସ ଏସ ନିର୍ବାହୀ ଯନ୍ତ୍ରୀ ଇଂ ମନୋଜ ପ୍ରଧାନୀ,ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ସ୍ମୃତି ରଞ୍ଜନ ରଥ, ଜଳସମ୍ପଦ ସହକାରୀ ଯନ୍ତ୍ରୀ ଇଂ ମନୋରଞ୍ଜନ ସାହୁ,ଜନସ୍ୱାସ୍ଥ୍ୟ ସହସହକାରୀ ଯନ୍ତ୍ରୀ ସୁଦାମ ସାହୁ, ସି ଏସ ଓ ଶ୍ରୀନିବାସ ସାହୁ, ଡି ଏସ ଓ ଲୋକନାଥ ପାଣିଗ୍ରାହୀ, ଆଦର୍ଶ ଥାନା ଆଇଆଇସି ରଂଜିତ ମହାନ୍ତି,ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି,ମତ୍ସ୍ୟ ଅଧିକାରୀ ପ୍ରକାଶ ମହାରଣା,ପଶୁସମ୍ପଦ ଅଧିକାରୀ ପ୍ରଦୀପ ପରିଡା, କୃଷି ଅଧିକାରୀ ଶରତ ନାୟକ ଓ ଏ ବି ଇ ଓ ଚନ୍ଦ୍ରଶେଖର ତ୍ରିପାଠୀ ପ୍ରମୁଖ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ । ଏହି ଶିବିରକୁ ମୁଖ୍ୟ କିରାଣୀ ମାନସ ନନ୍ଦ ଓ ପ୍ରିୟରଞ୍ଜନ ସାମଲ ପରିଚାଳନା କରିଥିଲେ ।