ଜନ୍ମଦିନରେ ୧୨୦ ଚାରା ରୋପଣ କଲେ ଛାତ୍ର



କେନ୍ଦ୍ରାପଡା,୧୨ା୭: କେନ୍ଦ୍ରାପଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର ବିକାଶ ରଞ୍ଜନ ସାହୁ ବିଦ୍ୟାଳୟ ପରିସରରେ ୧୨୦ ଟି ବୃକ୍ଷର ଚାରା ଲଗାଇ ବିଶ୍ୱତାପ ନିୟନ୍ତ୍ରଣର ବାର୍ତ୍ତା ଦେଇଛନ୍ତି । ନିଜର ଜନ୍ମଦିନକୁ ପରିବେଶର ସୁରକ୍ଷା ପାଇଁତ୍ତସେ ଉତ୍ସର୍ଗ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ପୃଥିବୀ ପୃଷ୍ଠରୁ ବ୍ୟାପକ ବୃକ୍ଷ କାଟି ନଷ୍ଟ କରାଯାଉଥିବାରୁ ବିଶ୍ୱ ତାପନ ପରିସ୍ଥିତି ସୃଷ୍ଟି ହେଉଛି । ଫଳରେ ଜଳବାୟୁରେ ପରିବର୍ତ୍ତନ ଘଟି ମାନବ ସମାଜ ପାଇଁ ବିପଦର କାରଣ ହେଉଛି । ଏବେ ଜଳବାୟୁ ପରିବର୍ତ୍ତନ ସତର୍କ ଘଣ୍ଟି ବଜାଇ ସାରିଛି । ତେଣୁ ଏବେଠାରୁ ଆମେ ସଚେତନ ହେବା ଜରୁରୀ । ପ୍ରତି ବ୍ୟକ୍ତି ନିଜ ଜନ୍ମ ଦିନରେ ଚାରା ରୋପଣ କରି ଏହାକୁ ମହାଦ୍ରୁମରେ ପରିଣତ କରିବା ପାଇଁ ଚେଷ୍ଟା କଲେ ପୁନର୍ବାର ଏକ ସୁନ୍ଦର ପୃଥିବୀ ଗଠନ ହୋଇ ପାରିବ ଓ ଆମର ଉତ୍ତର ପିଢି ସୁସ୍ଥ ଜୀବନ ଯାପନ କରିପାରିବେ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବରଞ୍ଜନ ସାହୁଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।


Next Post

ନୃସିଂହଜୀଉ ନୋଡାଲ ସ୍କୁଲରେ ବିଦାୟକାଳୀନ ସଭା

Fri Jul 12 , 2024
ପଟ୍ଟାମୁଣ୍ଡାଇ ତା ୧୨/୭-ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ବଳଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସିଦ୍ଧ ପରମହଂସ ନୋଡାଲ ଉପ୍ରା ସ୍କୁଲ କ୍ଲଷ୍ଟର ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ନୃସିଂହଜୀଉ ନୋଡାଲ ଉପ୍ରା ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି ।  ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅରକ୍ଷିତ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପ୍ରାକ୍ତନ ବି ଇ ଓ ନରହରି ସୂତାର ମୁଖ୍ୟଅତିଥି, ପ୍ରାକ୍ତନ ସ୍କୁଲ ଏସ ଆଇ ବିଜୟ […]

KANIKA