
ପଟ୍ଟାମୁଣ୍ଡାଇ ତା ୧୨/୭-ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ବଳଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସିଦ୍ଧ ପରମହଂସ ନୋଡାଲ ଉପ୍ରା ସ୍କୁଲ କ୍ଲଷ୍ଟର ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ନୃସିଂହଜୀଉ ନୋଡାଲ ଉପ୍ରା ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅରକ୍ଷିତ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପ୍ରାକ୍ତନ ବି ଇ ଓ ନରହରି ସୂତାର ମୁଖ୍ୟଅତିଥି, ପ୍ରାକ୍ତନ ସ୍କୁଲ ଏସ ଆଇ ବିଜୟ କୁମାର ଜେନା ମୁଖ୍ୟବକ୍ତା,ଆଳି ଏ ବି ଇ ଓ ଉଦକର ସାମଲ,ସି ଆର ସି ସି ରଞ୍ଜନ ବେହେରା, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶୁଭ୍ରାଂଶୁ ଦାସ, କବି ଅନ୍ତର୍ଯ୍ୟାମୀ ବେଜ,ଶିକ୍ଷାବିତ ଅଜାମ୍ବର ପ୍ରଧାନ, ପ୍ରଧାନଶିକ୍ଷକ ପ୍ରେମାନନ୍ଦ ସ୍ୱାଇଁ, ସତ୍ୟବ୍ରତ ସାମନ୍ତରାୟ, ପୂର୍ବତନ ସି ଆର ସି ସି ରମେଶ ମହାନ୍ତି, ଅଶୋକ ପରିଡା, କଳାକର ସାହୁ,ଶ୍ରୀନିବାସ ସାହୁ, କେଦାର ପରିଡା,ସ୍କୁଲ ପରିଚାଳନା କମିଟି ସଭାପତି ମନୋଜ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନୃସିଂହଜୀଉ ନୋଡାଲ ଉପ୍ରା ପ୍ରଧାନ ଶିକ୍ଷକ ଶ୍ରୀଚରଣ ନାୟକ ସରକାରୀ ଚାକିରୀରୁ ଅବସର ନେଇଥିବାରୁ ତାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସୁଲେଖ ପ୍ରଧାନ ସ୍ୱାଗତଭାଷଣ ଓ ହେମଲତା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ନନ୍ଦ କିଶୋର ରାଉତ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୁଧାଂଶୁ ପ୍ରଧାନ, ସୁଚିତ୍ରା ବେହେରା, ନୀଳିମା ଜେନା ଓ ଶଶୀରେଖା ସ୍ୱାଇଁ ପରିଚାଳନା କରିଥିଲେ ।











