ଡେରାବିଶ – ୧୨/୭ – ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ଗରିବ ହିତାଧିକାରୀଙ୍କୁ ରାସନ ମିଳିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ øପ୍ରଦାନ କରିଛନ୍ତି । ଏଥରସହିତ ଭୁମିହୀନ, ଅସହାର, ବେରୋଜଗାର ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପ୍ରତ୍ୟେକ ମାସରେ ଅନ୍ତୋଦୟ ଯୋଜନା ମାଧ୍ୟମରେ ୩୫ କେଜି ଚାଉଳ ଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଅନ୍ତୋଦୟ କାର୍ଡ ରହିଛି, ମାତ୍ର ବର୍ଷାଧିକ କାଳ ଗରିବ ହିତାଧିକାରୀ ଜନୈକା ବୃଦ୍ଧା ଚାଉଳ ନପାଇବା ଯୋଗାଣ ବିଭାବଗର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଡେରାବିଶ ବ୍ଲକ ଗୁଆଳସିଂ ପଂଚାୟତ ଠାକୁରପାଟଣା ଗ୍ରାମରେ ଦେଖାଦେଇଛି । ଗ୍ରାମର ସ୍ୱର୍ଗତ ସନାତନ ନାୟକଙ୍କ ସ୍ତ୍ରୀ ସତ୍ୟଭାମା (୮୫) ସ୍ୱାମୀଙ୍କ ମୃତ୍ୟୁ ପରେ ଦୀର୍ଘ ବର୍ଷ ହେବ ଆର୍ôଥକ ଦୁରାବସ୍ଥା ମଧ୍ୟଦେଇ ଗତି କରି ଆସୁଛନ୍ତି । ନୁଆଣିଆ ଚାଳଘର । ବର୍ଷାରୁ ରକ୍ଷା ପାଇଁ ପାଲ ଖଣ୍ଡେ ଚାଳ ଉପରେ ପକାଇ ଗୋଟିଏ ବଖରା ଥିବା ଘରେ ପରିବାର ସହ ଜିବନ ବିତାଉଛନ୍ତି ବୃଦ୍ଧା ସତ୍ୟଭାମା । ମାଟି କାନ୍ଥରେ ଫାଟ ସୃଷ୍ଟି ହୋଇ ସାପର ଗାତ ଥିବା ସ୍ପଷ୍ଟ ବାରି ହେଉଛି । ବାରଣ୍ଡାରେ ରୋଷେଇ କରି ନିଜ ପରିବାର ସହ ସେ ରହୁଛନ୍ତି । ଏଭଳି ଏକ ଗରିବ ପରିବାର ପାଇଁ ସେ ପାଇଥିବା ଅନ୍ତୋଦୟ ଯୋଜନାର ରାସନ କାର୍ଡରୁ ବର୍ଷାଧିକକାଳ ହେବ ଚାଉଳ ମିଳୁନଥିବା ନେଇ ବୃଦ୍ଧାଜଣକ ବ୍ଲକ ଯୋଗାଣ ନିରିକ୍ଷକ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ବାରମ୍ବାର ଅବିଯୋଗ କରିଥିଲେ ସୁଦ୍ଧା ଏଯାଏ ତାଙ୍କ ଦୁଃ କେହି ଶୁଣୁ ନାହାନ୍ତି ବୋଲି ସତ୍ୟଭାମା କହିଛନ୍ତି । ସତ୍ୟଭାମାଙ୍କ ସୁଚନା ଅନୁଯାଇ ଅନ୍ତୋଦୟ କାର୍ଡ ପାଇବା ଦିନ ଠାରୁ ଥରେ ଦୁଇ ଥର ରେଶନ ସାମଗ୍ରୀ ଦେବା ପରେ ଗ୍ରାମର ଡିଲର ଭାସ୍କର ନାୟକ ଉକ୍ତ କାର୍ଡଟିକୁ କାଇଦା କରି ନିଜ ପାଖରେ ରଖି ଦେଇଛନ୍ତି । ପ୍ରତିମାସରେ ଡିଲର ଘରକୁ ଯାଇ ଚାଉଳ ନପାଇ ବାରମ୍ବାର ନିରାଶ ହୋଇ ଫେରିବା ପରେ ନିଜ ଭାଗ୍ୟକୁ ଆଦରି ପଡିରହିଥିବା ସତ୍ୟଭାମା କହିଛନ୍ତି । ଗତ ଦୁମାସ ତଳେ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିଥିବା ୧ହଜାର ଟଙ୍କା ବ୍ଲକରୁ ଆସିଥିବା ଜନୈକ ଅଧିକାରୀ ଦେଇଥିଲେ । ତାଙ୍କ ଉପସ୍ଥିତିରେ ମୋ କାର୍ଡ କେବେ ଦେବ ବୋଲି ଡିଲରଙ୍କୁ ପଚାରିବାରୁ କାର୍ଡ ମୋ ପାଖରେ ଅଛି ବ୍ୟସ୍ତ ହେବାର ନାହିଁ ବୋଲି ଡିଲର କହିଥିଲେ । ଶେଷରେ ଗ୍ରାମର କିଛି ବ୍ୟକ୍ତିଙ୍କ ସହାୟତାରେ ନେଟରେ ନିଜ କାର୍ଡ ସମ୍ପାର୍କରେ ଜାଣିବା ପାଇଁ ଚେଷ୍ଟା କରିବାରୁ ମୋ କାର୍ଡରେ ଅପ୍ରତି ମାସରେ ଆସୁଥିବା ୩୫ କେଜି ଚାଉଳ କେହି ଜଣେ ଟିପ ମାରି ହଡପ କରୁଥିବା ଜାଣିବାକୁ ପାଇଲି । ତେବେ ଏହି ଗରିବ ଅସହାୟା ବୃଦ୍ଧାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ ନକରିବା ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ଓ ଡେରାବିଶ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିବା ସତ୍ୟଭାମା କହି କହିଛନ୍ତି । ଏଯାଏ ଚାଉଳ ମିଳିନଥିବା ବେଳେ ସେହି କାର୍ଡଟି ଗ୍ରାମର ସଂମ୍ପର୍କୀୟ ଥିବା ଡିଲର ଭାସ୍କର ନାୟକଙ୍କ ପାଖରେ ରହିଛି । ଯେତେବେଳେ ତାଙ୍କୁ କାର୍ଡକାର୍ଡ ଗ୍ରାମରେ ନିଯୁକ୍ତ ପାଇଥିବା ଡିଲରଙ୍କ ଭାସ୍କର ନାୟକଙ୍କ ପାଖରେ ଥିବା ସତ୍ୟଭାମା କହିଛନ୍ତି । ଏସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ପଚାରିବାରୁ ଏ ଘଟଣାର ତଦନ୍ତ ହେବା ପରେ ସେ ସଂପର୍କରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି କହିଥିଲେ ।
kanikanews.in
Next Post
ପୁନର୍ବାସ ପକ୍ଷରୁ ସପ୍ତାହବ୍ୟାପୀ ବୃକ୍ଷ ବଣ୍ଟନ କାର୍ଯ୍ୟକ୍ରମ
Fri Jul 12 , 2024
କେନ୍ଦ୍ରାପଡା, ୧୨/୭: ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନ ସମ୍ପ୍ରତି ପୃଥିବୀର ଅସ୍ତିତ୍ୱ ଓ ଭବିଷ୍ୟତକୁ ନେଇ ଏକ ସଂକଟମୟ ଦୋଛକିରେ ଠିଆ କରାଇ ଦେଇଛି । ସାରାବିଶ୍ୱ ଏବେ ଆଶଙ୍କାଗ୍ରସ୍ତ । ସବୁଜିମା ହିଁ ଏହାର ଏକମାତ୍ର ସମାଧାନର ମାର୍ଗ । ଏ ଦିଗରେ ଏକ ଅଭିନବ ସଚେତନତା ସୃଷ୍ଟି ନିମନ୍ତେ ‘ପୁନର୍ବାସ’ ପକ୍ଷରୁ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ଯେପରି ଡାକ୍ତର, ଶିକ୍ଷକ ଓ ଅନ୍ୟ ପ୍ରତିନିଧିମାନଙ୍କୁ ଉତ୍କୃଷ୍ଟ […]

You May Like
- 2 years ago
କେନ୍ଦ୍ରାପଡା ଜିଲ୍ଲା ମହିଳା ବିଜେଡିର ଟିମ୍ ଘୋଷିତ
- 1 year ago
ଭାଜପାର ବିଧାନସଭା ପରିଚାଳନା କମିଟି ବୈଠକ