ଆଷାଢ଼ରେ ଚାଷଜମି ଶୁଖିଲା: ଗଜାମରୁଡ଼ି ଆଶଙ୍କା


ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ଏବେ ଖରିଫ ଧାନ ଚାଷ ପ୍ରଭାବିତ ହେବାକୁ ବସିଛି । ପଟ୍ଟାମୁଣ୍ଡାଇ ଅଂଚଳ୍‌ରେ ଏବେ ଗଜାମରୁଡ଼ି ଆଶଙ୍କା ଦେଖା ଦେଲାଣି । ଚାଷୀମାନେ ଯଥା ସମୟରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଆଷାଢ଼ ଶେଷହେବାକୁ ବସିଥିଲେ ମଧ୍ୟ ଭଲ ବର୍ଷା ହେଉ ନ ଥିବାରୁ ଧାନ ତଳି ସୁଖିବାକୁ ଲାଗିଲାଣି ।ଏହି ଅଂଚଳରେ ଅଧିକାଂଶ ଜମିରେ ଜଳସେଚନ ସୁବିଧା ଥିଲେ ମଧ୍ୟ କେନାଲ ପାଣି ନ ଆସିଥିବାରୁ ଚାଷୀ ବର୍ଷାପାଣି ଉପରେ ନିର୍ଭର କରିଛନ୍ତି । ବିଲରେ ଗଜା ମରୁଡି ଆଶଙ୍କା ଦେଖା ଦେଇଥିବାବେଳେ ଚାଷୀଙ୍କ ହାତରେ ବିହନ ନାହିଁ କି ପଇସା ନାହିଁ । ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ବୋଲି ଚାଷୀ କହିଛନ୍ତି । ଖରାଦିନେ ପଡ଼ିଥିବା ଧାନ ତଳି ଗଛ ହୋଇଥିଲେ ମଧ୍ୟ ଶୁଖିଗଲାଣି । ସେଗୁଡ଼ିକ ଗୋରୁଙ୍କ ଚାରଣ ଭୂଇଁ ପାଲଟିଛି । ବର୍ଷକର ଆହାର ଚାଲିଯିବା ଆଶଙ୍କା କରି ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି ।


Next Post

ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଗଲା କୁମ୍ଭୀର

Wed Jul 17 , 2024
କେନ୍ଦ୍ରାପଡ଼ା,୧୬।୭- ବିଦ୍ୟୁତ ଖୁଣ୍ଟ ଉପରକୁ ଚଢ଼ିଗଲା କୁମ୍ଭୀର। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରଭାହିତ ପାଟଶାଳ ନଦୀରୁ କୁମ୍ଭୀର ଛୁଆ ଉଠିଆସି ବିଦ୍ୟୁତ ଖୁଣ୍ଟ ଉପରେ ଚଢିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏବେ କୁମ୍ଭୀର ପ୍ରଜନନ ଋତୁ ଚାଲିଛି। ବଉଳା କୁମ୍ଭୀରମାନେ ଭିତରକନିକା ଅଞ୍ଚଳରେ ଚଳିତ ବର୍ଷ ୧୧୪ଟି ବସା କରିଛନ୍ତି। ବଉଳା କୁମ୍ଭୀର ଜନବସତି ମୁହାଁ ସମସ୍ତେ ଜାଣିଥିବେ। ସେମାନେ ପୁଣି ଅନେକଙ୍କୁ ଆକ୍ରମଣ […]

You May Like