ପଟ୍ଟାମୁଣ୍ଡାଇ ୧୮/୭ -ଜବରଦଖଲ ଯୋଗୁଁ ଗାଁ ଗଳି ରାସ୍ତା ଏବେ ସଂକିର୍ଣ୍ଣ ହୋଇଯାଇଛି । ଫଳର ଲୋକେ ରାସ୍ତା ଦେଇ ଯାତାୟତ କରିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାନବାହାନ ଗାଁ ଭିତରକୁ ଯିବାରେ ସମସ୍ୟା ସୃଷ୍ଟି ହେଉଛି ।କୌଣସି ଆପାତକାଳୀନ ସମୟରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ । ତେଣୁ ତୁରନ୍ତ ଜବରଦଖଲରେ ଥିବା ରାସ୍ତକୁ ଜବରଦଖଲ ମୁକ୍ତ କରିବା ପାଇଁ ଗୁରୁବାର ପଟ୍ଟାମୁଣ୍ଡାଇ ପୌରାଂଚଳ ୱାର୍ଡ ନଂ-୯ ନୁଆଗାଁ ଗୋଖେଇ ସାହିର ଲୋକେ ତହସିଲଦାରଙ୍କ ଦ୍ୱାରସ୍ଥ ହେଇଛନ୍ତି ।
ସୂଚନା ଅନୁସାରେ ନୁଆଗାଁ କେତେଜଣ ବ୍ୟକ୍ତି ଯିବାଆସିବା ରାସ୍ତାକୁ ଜବରଦଖଲ କରୀ ପାଚେରି ନିର୍ମାଣ କରୁଛନ୍ତି । ଫଳରେ ରାସ୍ତାଟି ଏବେ ସଙ୍କିର୍ଣ୍ଣ ହୋଇଯିବା ସହ ଯାତାୟତ କରିବାରେ ଅସୁବିଧାର ସମ୍ମୁଖିନ ହେଉଛି । ଏହାସହ କୌଣସି ଆପତକାଳୀନ ସମୟରେ ଯାନ ବାହାନ ଯାତାୟତ ନିମନ୍ତେ ସମସ୍ୟା ସୃଷ୍ଟି ହେଉଛି ଏବଂ ଏହି ପଡାର ପାଖାପାଖି ୫୦ ପରିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ରାସ୍ତା ଉପରେ ଜବର ଦଖଲ କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଜବର ଦଖଲମୁକ୍ତ ପାଇଁ ମାଘନାଦ ସେଠୀ,ବିଜୟ ସେଠୀ, ବିର ସେଠୀ,କୃଷ୍ଣଚନ୍ଦ୍ର ସେଠୀ, ନିରଞନ ସେଠୀ,ଉତମ ସେଠୀ,ଚିତରଞନ ସେଠୀ, ପ୍ରମୋଦ ସେଠୀ, ଅଶୋକ ସେଠୀ, ଗୋକୁଳ ସେଠୀଙ୍କ ପ୍ରମୁଖ ଗ୍ରାମବାସୀ ତହସିଲଦାର ପଂଚାନନ ନାୟକଙ୍କୁ ସାକ୍ଷାତ କରିବା ସହ ତୁରନ୍ତ ରାସ୍ତାକୁ ଜବରଦଖଲମୁକ୍ତ ପାଇଁ ଅନୁରୋଧ କରିଥିଲେ । ତହସିଲଦାର ନାୟକ ତୁରନ୍ତ ଏଥିପ୍ରତି ପଦକ୍ଷେପ ନିଆଯାଇ ରାଜସ୍ୱ ନିରୀକ୍ଷକ ମାଧ୍ୟମରେ ଉକ୍ତ ରାସ୍ତାର ଚିହ୍ନଟ ପରେ ଜବରଦଖଲମୁକ୍ତ କରାଯିବ ବୋଲି ଗ୍ରାମବାସୀଙ୍କୁ କହିଥିଲେ ।