
କେନ୍ଦ୍ରାପଡା ୨୬/୭- ପୂର୍ବତନ ସୈନିକ ସଂଘ ଆନୁକୂଲ୍ୟରେ ସଙ୍ଘର ସଭାପତି ଅନରାରୀ କ୍ୟାପଟେନ ସୁରେନ୍ଦ୍ର କୁମାର ସାହୁଙ୍କ ଅଧକ୍ଷତାରେ ତିନିମୁହାଣୀ ଛକ ସ୍ଥିତ ସହୀଦସ୍ତମ୍ଭ ପରିସରରେ ୨୫ ତମ କାର୍ଗିଲ ବିଜୟ ଦିବସ ପାଳନ ହୋଇଯାଇଅଛି । ପ୍ରଥମେ ସହୀଦ ସ୍ତମ୍ଭରେ ପୁଷ୍ପମାଲ୍ୟ ତଥା ଦୀପଦାନ କରାଯାଇଥିଲା ଏବଂ ସହୀଦ ବୀର ଙ୍କ ପାଈଁ ଦୁଇ ମିନଟ ନିରବ ପ୍ରାଥନା କରାଯାଇଥିଲା. କାର୍ଗିଲ ଯୁଦ୍ଧ ଲଢ଼ିଥିବା ପ୍ରଦୀପ ପାତ୍ର, ବିଚିତ୍ର କୁମାର ନାୟକ, ଶତ୍ରୁଘନ ଓଝା, ବ୍ରଜକିଶୋର ସାହୁ, ଏବଂ କ୍ୟାପଟେନ ଅଭୟ କୁମାର ଲେଙ୍କା ଙ୍କୁ ଉତ୍ତରୀୟ ଦେଇ ସାନମାନିତ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର, କ୍ୟାପଟେନ ଅଭୟ କୁମାର ଲେଙ୍କା, ସୁବେଦାର ମେଜର ବ୍ରଜକିଶୋର ସାହୁ, ୱାରେଣ୍ଟ ଅଫିସର ପ୍ରଦୀପ ପାତ୍ର, ସଂଘର ପ୍ରତିଷ୍ଠାତା ଆଇନଜୀବୀ ମହେଶ୍ୱର କର, ସୁବେଦାର ପ୍ରଦୀପ ସାହୁ, ସୁବେଦାର ବିଚିତ୍ର କୁମାର ନାୟକ ପ୍ରଫୁଲ୍ଲ ଉପଧ୍ୟା ,ପ୍ରଭାତ ରାଉତ,ନାରାୟଣ ଜେନା, ଗୌରାଙ୍ଗ ସ୍ୱାଇଁ, କୈଳାଶ ରାଉତ ହୂରସିକେଶ ସୁତାର, ଜଗନାଥ ନାୟକ, ଅଞ୍ଜନ ପରିଡା, ନିରଞ୍ଜନ ଦାସ, ଅମର ଦାସ, ସମାଜସେବି ରଂଜିତ ସିଂ, ତଥା ଅନ୍ୟ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।











