ଅବଦୁଲ କଲାମଙ୍କ ତିରୋଧାନ ଦିବସ ପାଳିତ


କେନ୍ଦ୍ରାପଡ଼ା,୨୭ା୭: ଭାରତରତ୍ନ ପ୍ରାପ୍ତ ଡଃ ଏ.ପି.ଜେ. ଅବଦୁଲ କଲାମ ସ୍ମୃତି କମିଟି ତରଫରୁ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ ଏ.ପି.ଜେ. ଅବଦୁଲ କଲାମଙ୍କ ଅଷ୍ଟମ ତିରୋଧାନ ଦିବସ ପାଳନ କରାଯାଇଛି । ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଥିବା କଲାମଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟ।।ର୍ପଣ ପରେ ସଂଘ କାର୍ଯ୍ୟାଳୟ ପରିସରରେ ସ୍ମୃତିଚାରଣ ସଭା ପୀତାମ୍ବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆବାହକ ହେମନ୍ତ କୁମାର ଜେନାଙ୍କ ସହ ବ୍ରଜକିଶୋର ଜେନା, ଗୋପୀନାଥ ବାରିକ, ରବୀନ୍ଦ୍ରନାଥ ରଥ, ହିରଣ୍ୟ କୁମାର ପଣ୍ଡା ପ୍ରମୁଖ କଲାମଙ୍କ ଦେଶପ୍ରେମ, କର୍ତ୍ତବ୍ୟନିଷ୍ଠ, ତ୍ୟାଗ, ଦର୍ଶନ, ଦକ୍ଷତା ଆଦି ଗୁଣାବଳୀ ସମ୍ପର୍କରେ ଆଲୋଚନା କରିଥିଲେ ।

 


Next Post

ମାର୍ଶାଘାଇ ବିଡିଓଙ୍କ କାର୍ଯ୍ୟାଳୟ କାନ୍ଥରେ ଓସ୍ତଗଛ : ଭବିଷ୍ୟତରେ କାର୍ଯ୍ୟାଳୟ ପ୍ରତି ବିପଦର ସମ୍ଭାବନା

Sat Jul 27 , 2024
କେନ୍ଦ୍ରାପଡ଼ା, ୨୭ା୭:କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ କାନ୍ଥରେ ଏକ ଓସ୍ତଗଛ ଉଠିଛି । ସେହି ଗଛଟି ଧିରେ ଧିରେ ବଢିବାରେ ଲାଗିଥିବା ଦେଖିବାକୁ ମିଳିଛି । ଭବିଷ୍ୟତରେ ସେହି ଓସ୍ତ ଗଛଟି ବଢି କାର୍ଯ୍ୟାଳୟର କାନ୍ଥକୁ ଫଠାଇ ଦେବା ସହିତ କାନ୍ଥ ଉପରେ ଥିବା ଛାତଟି ମଧ୍ୟ କ୍ଷତିଗ୍ରସ୍ତ ହେବ । ଫଳରେ ଧନଜୀବନ କ୍ଷୟକ୍ଷତି ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ । ବେଳହୁଁ […]

You May Like