କେନ୍ଦ୍ରାପଡ଼ା, ୨୮ା୭: କେନ୍ଦ୍ରାପଡ଼ା ବ୍ଲକରେ ବ୍ୟାପକ ଦୁର୍ନୀତି ଓ ଜାଲିଆତି ହୋଇଥିବା ନେଇ ରାଜ୍ୟ ଦୁର୍ନୀତି ନିବାରଣ ମହାନିର୍ଦ୍ଦେଶକଙ୍କୁ ଅଭିଯୋଗ କରାଯାଇଛି । ଏହି ଅଭିଯୋଗରେ ଦର୍ଶାଯାଇଛି ଯେ ୫-ଟି ଯୋଜନାରେ ବିଦ୍ୟାଳୟଗୁଡିକର ନବୀକରଣ ବେଳେ କିଣାଯାଇଥିବା କୋଟି କୋଟି ଟଙ୍କାର ଆସବାବପତ୍ରରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଛି । ମଣ୍ଡଳ ଉନ୍ନୟନ ଅଧିକାରୀ ଓଡିଶା ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲ-୧୯୫୯କୁ ଉଲ୍ଲଙ୍ଘନ କରି ବିଭିନ୍ନ ଆସବାବପତ୍ର କିଣିବା ପାଇଁ ଅଲିଖିତ ଠିକା ଦେଇ କୋଟି କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି ।