ବଳଦେବ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳନ

ବଳଦେବ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳନ

କେନ୍ଦ୍ରାପଡ଼ା , ୩୧ା୭: କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ଭଗେଶ୍ୱରପୁରସ୍ଥିତ ବଳଦେବ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଜାତୀୟ ଶିକ୍ଷାନୀତି ୨୦୨୦ ମସିହାର ଚତୁର୍ଥ ବାର୍ଷିକ ପୂର୍ତ୍ତି ଉପଲକ୍ଷେ ଉକ୍ତ ବିଦ୍ୟାଳୟରେ ୨୨ ତାରିଖରୁ ଆରମ୍ଭ କରାଯାଇ ୨୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ଦିନ ବ୍ୟାପୀ ଉତ୍ସବ ପାଳିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରୁବିନା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଥମ ଦିବସରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି, ଦ୍ୱିତୀୟ ଦିବସରେ ଏଫ୍‌.ଏଲ୍‌.ଏନ୍‌.ର ବ୍ୟବହାର, ତୃତୀୟ ଦିବସରେ କ୍ରୀଡା ଦିବସ ପାଳନରେ ବିଭିନ୍ନ ଖେଳ ପ୍ରତିଯୋଗିତା, ଚତୁର୍ଥ ଦିବସ ସାଂସ୍କୃତିକ ଦିବସରେ ନୃତ୍ୟ, ଗୀତ ଓ ଅଭିନୟ ପ୍ରଭୃତି ପ୍ରତିଯୋଗିତା, ପଞ୍ଚମ ଦିବସରେ ଦକ୍ଷତା ଓ ଡିଜିଟାଲ ଦିବସରେ ପ୍ରୋତ୍ସାହନ ଅଭିବୃଦ୍ଧି, ଷଷ୍ଠ ଦିବସରେ ଇକୋ କ୍ଲବ୍‌/ସ୍କୁଲ ପୋଷଣ ଦିବସରେ ବୃକ୍ଷରୋପଣ, ରାଲି, ମାପାଇଁ ଗଛଟିଏ ସ୍ଲୋଗାନ୍‌, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତା, ଶେଷ ଦିବସରେ ସମ୍ପ୍ରଦାୟ ଯୋଗଦାନ ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ତଥା ଅଭିଭାବକ/ଅଭିଭାବିକା, ସଭ୍ୟ/ସଭ୍ୟା, ତଥା ୬ନଂ ୱାର୍ଡର କାଉନସିଲର ପ୍ରଦୀପ କୁମାର ଯେନାଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରିତୀ ଭୋଜନ କରିବା ସହ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ ।