କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ଗଢି ଉଠିଥିବା ବେଆଇନ ଲାବୋରେଟୋରୀ ଓ ପାଥୋଲ୍ୟାବ ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରଶ୍ମିରଂଜନ ମହାନ୍ତିଙ୍କ ନେତୃତ୍ୱରେ ତହସିଲଦାର ଅଜୟକୁମାର ମହାନ୍ତି, ସବଇନ୍ସିପେକ୍ଟର ସୈାମ୍ୟରଂଜନ ଜାଲି ପ୍ରମୁଖ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଲାବୋରେଟୋରୀ ଓ ପାଥୋଲ୍ୟାବ ଉପରେ ଚଢାଉ କରି କାଗଜପତ୍ର ଯାଂଚ କରିଥିଲେ । ସମସ୍ତ ଲାବୋରେଟୋରୀ ଓ ପାଥୋଲ୍ୟାବ ମଧ୍ୟରୁ ଗୋଟିଏ ମାତ୍ର ପାଥୋଲ୍ୟାବ କାଗଜପତ୍ର ଠିକ ଥିବା ବେଳେ ଅନ୍ୟ ସବୁ ବେଆଇନ ହୋଇଥିବାରୁ ସେଗୁଡିକୁ ବନ୍ଦ କରାଯାଇଛି ।
[the_ad id=”11060″]