ମେଧାବୀ ଦିବ୍ୟାଙ୍ଗ ଛାତ୍ରୀ ବୃତ୍ତି ପାଇଁ ପୁନର୍ବାସକୁ ଦାନ



କେନ୍ଦ୍ରାପଡା ୨/୮ – ପରିସଂଖ୍ୟାନରୁ ଜଣାଯାଏ ଓଡ଼ିଶାରେ ଉଚ୍ଚଶିକ୍ଷାରେ ଭିନ୍ନକ୍ଷମ ଛାତ୍ରୀଙ୍କ ସ୍ଥିତି ସାଧାରଣ ଛାତ୍ରୀଙ୍କ ତୁଳନାରେ ନୈରାଶ୍ୟଜନକ ଅଟେ । କେବଳ ଶିକ୍ଷା ମାଧ୍ୟମରେ ତଥା ପ୍ରଦତ୍ତ ସୁବିଧା ଓ ସଂରକ୍ଷଣ ଦ୍ୱାରା ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ସଶକ୍ତ କରାଯାଇ ପାରିବ ସତ ଏଥି ସହତ ବର୍ହି ପ୍ରୋତ୍ସାହନର ମଧ୍ୟ ଆବଶ୍ୟକତା ରହିଛି ।କେନ୍ଦ୍ରାପଡ଼ା ଜିଲ୍ଲାରେ ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ୍‌, ଯୁକ୍ତ ଦୁଇ ଏବଂ ସ୍ନାତକ ବର୍ଗରେ ସଫଳତା ପାଇଥିବା ମେଧାବୀ ଭିନ୍ନକ୍ଷମ ଛାତ୍ରୀଙ୍କୁ ପ୍ରୋତ୍ସାହନ ପ୍ରଦାନ ସ୍ୱରୂପ ଏକ ସ୍ୱତନ୍ତ୍ର ମେଧାବୃତ୍ତି ପ୍ରଦାନ ପାଇଁ ପୁନର୍ବାସ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ ୩୦ ହଜାର ଟଙ୍କା ଏକ ଚେକ୍ ମାଧ୍ୟମରେ ଅନୁଷ୍ଠାନର ସମ୍ପାଦିକାଙ୍କୁ ପ୍ରଦାନ କରିଛନ୍ତି । ଶ୍ରୀ ରାୟତରାୟ ଏହି ଅର୍ଥରାଶିକୁ ନିଜ ଅଶୀତିପର ମାତା ପଦ୍ମା ରାଉତଙ୍କ ନାମରେ ମେଧାବୃତ୍ତି ଭାବେ ଚଳିତ ବର୍ଷ ଭିନ୍ନକ୍ଷମ ଛାତ୍ରୀଙ୍କୁ ପ୍ରଦାନ କରିବା ନିମନ୍ତେ ସମ୍ପାଦିକାଙ୍କୁ ଅନୁରୋଧ କରିଛନ୍ତି ।
ଆସନ୍ତା ୪ ରିଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ମେଧାବୃତ୍ତି ପ୍ରଦାନ ସହ ‘ସଫଳ ସମର୍ଥା’ ଭାବେ ଅତିଥି ରୂପେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦୃଷ୍ଟି ବାଧିତା ଅଧ୍‌ଯାପିକା ଅନୁଜା ବେହେରା ଏବଂ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ସସ୍ମିତା ଅଧିକାରୀ ଯୋଗଦେଇ ଭିନ୍ନକ୍ଷମତା ଓ ସେମାନଙ୍କ ସଂଘର୍ଷ ଓ ସଫଳତାର ଜୀବନ ଯାତ୍ରା ସମ୍ପର୍କରେ ଅଭିବ୍ୟକ୍ତି ପ୍ରଦାନର ପ୍ରେରଣାଦାୟୀ କାର୍ଯ୍ୟକ୍ରମ ରହିଛି । ପକାଶଯୋଗ୍ୟ ଯେ ମହାକାଳପଡାର ବିଜୟନଗରରେ ଜନ୍ମିତ ପଦ୍ମା ରାଉତ ତତ୍କାଳିନ ଭୌଗୋଳିକ ତଥା ଶିକ୍ଷା ପାଇଁ ଆନୁସଙ୍ଗିକ ଭିତ୍ତିଭୂମିର ଅଭାବ ସତେ୍‌୍ୱ ପ୍ରଖ୍ୟାତ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ବିଜ୍ଞାନରେ ପ୍ରି- ୟୁନିଭର୍ସିଟି ପାସ୍ କରିଥିଲେ । ତାଙ୍କର ଏହି ପ୍ରୟାସ ସେହି ଅନ୍ନୁନତ ଅଞ୍ଚଳର ଝିଅମାନଙ୍କୁ ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପ୍ରବର୍ତ୍ତାଇବାରେ ସାହାଯ୍ୟ କରିଥିଲା ।


Next Post

ବଜ୍ରମହାକାଳୀ ସାନମାଣତିଆ ପଞ୍ଚାୟତ ହାଇସ୍କୁଲ ପ୍ରଧାନଶିକ୍ଷକ ଓ ବଡବାବୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sat Aug 3 , 2024
କେନ୍ଦ୍ରାପଡା,୨/୮: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣତିଆ ପଞ୍ଚାୟତ ହାଇସ୍କୁଲ ଜରିଆବାଡର ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସ ଓ କାର୍ଯ୍ୟାଳୟ ବଡବାବୁ ପରୀକ୍ଷିତ ସାମଲଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ସୁବାସ ଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ରାଜ୍ୟ କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜକିଶୋର ବିଶ୍ୱାଳ, ରାଜ୍ୟ […]

KANIKA