ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ପକ୍ଷରୁ ଓଡିଆ ଭାଷା ସାହିତ୍ୟ ଆଲୋଚନାଚକ୍ର



କେନ୍ଦ୍ରାପଡ଼ା, ୪ା୮: ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦର କେନ୍ଦ୍ରାପଡା ଜିଲ୍ଲା ସଂଯୋଜକ ସୁଦର୍ଶନ ମହାପାତ୍ରଙ୍କ ସଂଯୋଜନା ଏବଂ ଶଶଧର ପଣ୍ଡାଙ୍କ ସଭାପତିତ୍ୱରେ ଗରାପୁରସ୍ଥିତ ଶ୍ରୀଗୋପାଳଜୀଉ ମନ୍ଦିର ପରିସରରେ ଓଡିଆ ଭାଷା ସାହିତ୍ୟ ସମ୍ପର୍କିତ ଏକ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଭୀମସେନ ଭୂୟାଁ, ମୁଖ୍ୟବକ୍ତା ଭାବେ କବି ମାନସୀପ୍ରଭା ସ୍ୱାଇଁ, ଅତିଥି ଭାବେ ଦୀନବନ୍ଧୁ ସାହୁ, କେଶବ ଚନ୍ଦ୍ର ରାଉତ ଓ ଶଶୀଭୂଷଣ ଦ୍ୱାରୀ ପ୍ରମୁଖ ଯୋଗଦେଇ ଓଡିଆ ଭାଷା ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାବା ଧନେଶ୍ୱର ପ୍ରଧାନ, ଭୀମସେନ ପ୍ରଧାନ, ପତିତପାବନ ବେହେରା, ରାଜକନିକା ସରସ୍ୱତୀ ଦାମୋଦର ସାହିତ୍ୟ ସଂସଦର ସମ୍ପାଦକ ଶତ୍ରୁଘନ ତରାଇ, ସାରଥି କାନୁନଗୋ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଦୟାନନ୍ଦ ସରସ୍ୱତୀ ଓ ମଦନମୋହନ ବେହେରା ଯଜ୍ଞ ଆହୁତୀ ଦେଇଥିଲେ । ପରେ କବି ଶୈଳଜାଶଙ୍କର ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବହୁ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ । ଶତ୍ରୁଘନ ତରାଇଙ୍କ ଆହ୍ୱାନରେ ଆସିଥିବା ଶବଦର୍ଶିନୀ ପାଢୀ, ଅର୍ଚ୍ଚିତା ପ୍ରଧାନ, ସନ୍ନୋନୀ ଘଡାଇ, ଲକ୍ଷ୍ମୀପ୍ରିୟା ଦାସ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ସୁଦର୍ଶନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ଡେପୁଟେସନ ଅର୍ଡର ବାତିଲ ଘଟଣାରେ ସ୍କୁଲରେ ପଡିଲା ତାଲା , ଡିଇଓଙ୍କ ଅନୁଧ୍ୟାନ ପରେ ନିଦ୍ଧେଶନାମା ସ୍ଥଗିତ

Mon Aug 5 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷା ଅଧିକାରୀ ଅଧିନରେ ଥିବା ୬୬ ଶିକ୍ଷୟତ୍ର/ଶିକ୍ଷକଙ୍କ ଡେପୁଟେସନ ଅର୍ଡରକୁ ଜିଲା ଶିକ୍ଷାଧିକାରୀ ବାତିଲ କରିବା ପ୍ରତିବାଦରେ ଗତକାଲି ପଟ୍ଟାମୁଣ୍ଡାଇ ଅଂଚଳର ୧୫ଟି ସ୍କୁଲରେ ତାଲା ପଡିବା ସହିତ ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇ ସହିତ ବିଭିନ୍ନ ମହଲରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅପ୍ରତ୍ୟାଶିତ ଅର୍ଡରକୁ ସମାଲୋଚନା କରାଯାଇଥିଲା । ପରିସ୍ଥିତି ଅଣାୟତ ହେଉଥିବା ଘଟଣା ସଂପର୍କରେ ଅନୁଧ୍ୟାନ କରି ଜିଲ୍ଲା […]

KANIKA