ଏମ ଏନ ହାଇସ୍କୁଲ ପୁରାତନ ଛାତ୍ରସଂସଦର ରକ୍ତଦାନ ଶିବର



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ଗୌରବମୟ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ୧୯୮୬ ବ୍ୟାଚ ପୁରାତନ ଛାତ୍ରସଂସଦ ପକ୍ଷରୁ ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ହାଇସ୍କୁଲ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କେନ୍ଦ୍ରାପଡ଼ା ଏଡିଏମ ନିଲୁ ମହାପାତ୍ର ଉଦଘାଟନ କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ, ଚିତ୍ରଶିଳ୍ପୀ ସଂଜୀବ କର, ଆଇନଜିବୀ ହୃଦାନନ୍ଦ ମହାନ୍ତି, ପ୍ରଦିପ ନାୟକ, କଳାକାର ପ୍ରଧାନ ଯୋଗଦେଇଥିବା ବେଳେ ସୁଶାନ୍ତ ନାୟକ, ରମେଶ ଦାଶ, ତ୍ରିଲୋଚନ ନାୟକ, ମନୋଜ ଦାଶ, ଶତ୍ରୁଘ୍ନ ସାହୁ, ଅଶ୍ୱିନୀ ମହାନ୍ତି, ପ୍ରକାଶ ସିଂହ,ଲୋକନାଥ ନାୟକ, ଦିଲ୍ଲୀପ ଦାଶ, ପ୍ରସନ୍ନ ପଣ୍ଡା, ଦିଲ୍ଲୀପ ରାଉତ, ଗୋପାଳ ଦାଶ ପ୍ରମୁଖ ପରିଚାଳନା କରିଥିଲେ । ଏହି ରକ୍ତଦାନ ଶିବିରରେ ୫୭ ୟୁନିଟି ରକ୍ତ ସଂଗ୍ରହ ହୋଇଥିଲା । ଏମଏନ ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୂର୍ଯ୍ୟ ରାଉତରାୟ, ଶିକ୍ଷକ ଅଶୋକ ଦାଶ, ସରୋଜ ସ୍ୱାଇଁ, ଶଶାଙ୍କ ଶେଖର ସାହୁ, ଶ୍ରୀକାନ୍ତ ମଲ୍ଲିକ, ଅନିଲ ଦାଶ ପ୍ରମୁଖ ଶିବିର ପରିଚାଳନାରେ ସହେଯାଗ କରିଥିଲେ ।


2 thoughts on “ଏମ ଏନ ହାଇସ୍କୁଲ ପୁରାତନ ଛାତ୍ରସଂସଦର ରକ୍ତଦାନ ଶିବର

Comments are closed.

Next Post

CM Majhi calls on BJP workers to win every ST-reserved seat in Odisha in next polls

Mon Aug 5 , 2024
Bhubaneswar: Odisha Chief Minister Mohan Charan Majhi Sunday urged BJP workers to focus on winning all the 33 ST-reserved MLA and five Lok Sabha seats in the next elections. Majhi said this during a meeting organised here by the BJP’s ST Morcha to felicitate newly elected tribal MLAs and MPs […]

KANIKA