ବଳଦେବ ସେନା ପକ୍ଷରୁ ଶ୍ରୀବଳଦେବଜୀଉ ମନ୍ଦିର ନିକଟରେ ବିକ୍ଷୋଭ



କେନ୍ଦ୍ରାପଡା, ୧୦ା୯: ବଳଦେବ ସେନା ପକ୍ଷରୁ ବାଂଲାଦେଶରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରକୁ ଭଙ୍ଗାରୁଜା କରାଯିବା ଓ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ ସ୍ୱରୂପ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେନାର ସଦସ୍ୟ ଓ ମନ୍ଦିର ସେବକବୃନ୍ଦ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କିଛିଦିନ ପୂର୍ବେ ବାଂଲାଦେଶରେ ଛାତ୍ର ଆନ୍ଦୋଳନରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଉଗ୍ର ରୂପ ନେଇଛି । କୋଟି କୋଟି ଓଡ଼ିଆଙ୍କ ମଉଡମଣି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ସହ ଅନ୍ୟ ହିନ୍ଦୁ ଦେବାଦେବୀ ମନ୍ଦିର ଭଙ୍ଗାଯିବାର ଦୃଶ୍ୟ ସାମ୍ନାକୁ ଆସିଛି। ଯାହାକି ହିନ୍ଦୁ ସମାଜକୁ ଆଘାତ ଦେଇଛି । ଏଥିସହ ହିନ୍ଦୁମାନଙ୍କୁ ବର୍ବରତା ସହ ଅତ୍ୟାଚାର କରାଯାଉଛି । ତେଣୁ ଏହି ପରିପ୍ରେକ୍ଷୀରେ ସେନା କେନ୍ଦ୍ର ସରକାରଙ୍କୁ ତୁରନ୍ତ ଏହି ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । ଏହାସହ କେନ୍ଦ୍ରାପଡ଼ା ଜିଲ୍ଲା, ରାଜ୍ୟ ଓ ଦେଶରେ ବେଆଇନ ଭାବେ ବସବାସ କରୁଥିବା ସବୁ ବାଂଲାଦେଶୀ ଓ ରୋହିଙ୍ଗ୍ୟା ମୁସଲମାନଙ୍କୁ ତୁରନ୍ତ ବିଦା କରିବା ସହ ବାଂଲାଦେଶରୁ ଆସୁଥିବା ହିନ୍ଦୁମାନଙ୍କୁ ଶରଣ ଦେବାକୁ ସରକାରଙ୍କୁ ନିବେଦନ କରାଯାଇଛି। କୌଣସି ବାଂଲାଦେଶୀ ବେପାରୀଙ୍କ ସାମଗ୍ରୀ ବର୍ଜନ କରିବାକୁ ଜନ ସାଧାରଣଙ୍କୁ ଅନୁରୋଧ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସେନାର ସଭାପତିି ପପୁନ କୁମାର ସ୍ୱାଇଁ, ସମ୍ପାଦକ ଅମର କୁମାର ବାରିକ, ଉପସଭାପତି ନିରଞ୍ଜନ ସୁଆର, ମୁଖପାତ୍ର ଜ୍ୟୋତି ରଞ୍ଜନ ପତ୍ରି, ସୂଚନା ପ୍ରମୁଖ ଆଶୁତୋଷ ପଣ୍ଡା, ଉପଦେଷ୍ଟା ନିରଞ୍ଜନ ମେକାପ ଓ ମନ୍ଦିର ସେବକ ବାବାଜୀ ପତ୍ରି , ନୃସିଂହ ପତ୍ରି, ଗଗନ ପତ୍ରି, ଶଶିକାନ୍ତ ସୁଆର, ପ୍ରମୋଦ କର, ବିଶ୍ୱଜିତ ପତ୍ରି, ପ୍ରଫୁଲ୍ଲ ପତ୍ରି, ସଦସ୍ୟ ହିମାଂଶୁ ରାଉତ, ଉମାକାନ୍ତ ବେହେରା, ଲଲାଟେନ୍ଦୁ ବେହେରା, ଆଲୋକ ସାହୁ, ଉମେଶ ବେହେରା, ଗଣେଶ ଗୋଛାୟତ, ଲଷ୍ମୀଧର ସ୍ୱାଇଁ, ଅନିଶ ସୂଆର, ପ୍ରଶ୍ନଜିତ ସୁଆର, ଦିବାକର ପତ୍ରି, ସୁମନ ପତ୍ରି ପ୍ରମୁଖ ସାମିଲ ହୋଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading