କେନ୍ଦ୍ରାପଡା ବ୍ଲକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଓ କର୍ମକର୍ତ୍ତା ଚୟନ



କେନ୍ଦ୍ରାପଡ଼ା, ୧୧ା୮: ଏହି ବ୍ଲକ୍ ଅନ୍ତର୍ଗତ କୁତରଙ୍ଗସ୍ଥିତ ମଦନମୋହନ ଜ୍ଞାନପୀଠଠାରେ କେନ୍ଦ୍ରାପଡା ବ୍ଲକ୍‌ର ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ରବିବାର ଦିନ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପସଭାପତି ରାଜକିଶୋର ନାୟକଙ୍କ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତ୍ରୈଲୋକ୍ୟ ଚରଣ ସ୍ୱାଇଁ, ତପନ କୁମାର ସିଂହ, ନିର୍ମଳ କୁମାର ନାୟକ, ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, ଜିଲ୍ଲା ଉପସଭାପତି ପ୍ରମୋଦ କୁମାର ବେହେରା, ଜିଲ୍ଲା ଉପସଭାପତି ଅଶୋକ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ସମ୍ପାଦକ ଅଲେଖ ଚନ୍ଦ୍ର ମହାନ୍ତି, ଡେରାବିଶ ବ୍ଲକ ସମ୍ପାଦକ ଗଗନବିହାରୀ ସୂତାର, ରାଜକନିକା ସମ୍ପାଦକ ଅରବିନ୍ଦ ନାୟକ, ପଟ୍ଟାମୁଣ୍ଡାଇ ସମ୍ପାଦକ ବାବାଜୀ ଚରଣ ଦାସ, ମଦନମୋହନ ଜ୍ଞାନପୀଠର ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ଦାସ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ସରୋଜିନୀ ସ୍ୱାଇଁ, ଗୋବରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅମ୍ବିକା ମିଶ୍ର, ସରସ୍ୱତୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ନାୟକ, ଦୁତିଆଳ ପ୍ରଧାନ ଶିକ୍ଷକ ମନୋରଞ୍ଜନ ପଣ୍ଡା, ଇନ୍ଦୁପୁର ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣି, ସୁରେଶ ଚନ୍ଦ୍ର ସ୍ୱାଇଁ, କ୍ରୀଡା ଶିକ୍ଷକ, ପୁରୁଷୋତ୍ତମପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ସଭାକାର୍ଯ୍ୟ ଶେଷରେ ଆଗାମୀ ତିନି ବର୍ଷ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା । କର୍ମକର୍ତ୍ତା ହେବେ ସଂପ୍ରତି ସଭାପତି ତପନ କୁମାର ଦାଶ, ଉପସଭାପତି କନକ ଓଝା, ଉପସଭାପତି ରାଜକିଶୋର ନାୟକ, ସମ୍ପାଦକ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦକ କଲ୍ୟାଣୀ ସ୍ୱାଇଁ, ଯୁଗ୍ମ ସମ୍ପାଦକ ପଙ୍କଜ କୁମାର ବେହୁରା, ଯୁଗ୍ମ ସମ୍ପାଦକ ଅରୁଣ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଭାବେ ସଞ୍ଜୟ କୁମାର ଶର୍ମା, ସୁରେଶ ଚନ୍ଦ୍ର ସ୍ୱାଇଁ, ତୁଷାରକାନ୍ତ ସାମନ୍ତରାୟ, ପ୍ରଭାକର ଆଚାର୍ଯ୍ୟ, ରବିନ୍ଦ୍ର କୁମାର ସ୍ୱାଇଁ ଓ ରାଜ୍ୟ ପରିଷଦ ସଭ୍ୟ ଭାବେ ପ୍ରକାଶ ଚନ୍ଦ୍ର ପାଣି, ପ୍ରିୟରଞ୍ଜନ ବିଶ୍ୱାଳ, ନିରାକାର ସାମଲ ପ୍ରମୁଖ ମନୋନୀତ ହୋଇଥିଲେ । ସଭାକାର୍ଯ୍ୟକୁ ମଦନମୋହନ ଜ୍ଞାନପୀଠର ଶିକ୍ଷକ/ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନେ ସହଯୋଗ କରିଥିଲେ । ବରିଷ୍ଠ ଶିକ୍ଷକ ନେତା ତଥା ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ମହାନ୍ତି ପ୍ରାରମ୍ଭରେ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ଗତ ବର୍ଷର ଆୟବ୍ୟୟ ହିସାବ ଉପସ୍ଥାପନ କରିଥିଲେ । ଶିକ୍ଷକ କୈଳାସ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଓ ଯୁଗ୍ମ ସମ୍ପାଦକ ନାରାୟଣ ପଣ୍ଡା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading