ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ ଜିଲ୍ଲା କମିଟି ବୈଠକ : ତୁରନ୍ତ ମାସିକ ପାରିଶ୍ରମିକ ୨ହଜାର ଟଙ୍କା ବୃଦ୍ଧି ଓ ପେନସନ ପାଇଁ ନୂତନ ସରକାରଙ୍କ ନିକଟରେ ଦାବୀ


କେନ୍ଦ୍ରାପଡା,୧୧ା୮ : ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଗୋପ ଠାରେ ସାଥି ସୋହାନା ବେଗମଙ୍କ ସଭାପତିତ୍ୱରେ ସଙ୍ଘର ଜିଲ୍ଲା ସାଧାରଣ ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଙ୍ଘର ରାଜ୍ୟ ଉପସଭାପତି ସାଥି ରାଜକିଶୋର ସାମଲ, ରାଜ୍ୟ କୋଷାଧ୍ୟକ୍ଷ ସାଥି କାଂଚନବାଳା ରାଉତ, ଏଆଇଟିୟୁସି ରାଜ୍ୟ ନେତା ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇ ପାଚିକା ମାନେ ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅକ୍ଳାନ୍ତ ପରିଶ୍ରମ କରି ଦେଶର ଭବିଷ୍ୟତ ବଂଶଧରମାନଙ୍କୁ ତିଆରି କରୁଥିବା ବେଳେ ଦରଦାମ ବୃଦ୍ଧି ଦୁନିଆରେ ମାସକୁ ପାରିଶ୍ରମିକ ମାତ୍ର ୨ହଜାର ଟଙ୍କା, ପେନସନ ନାହିଁ, ଦେହ ଖରାପ ହେଲେ ଛୁଟି ନାହିଁ କି ବର୍ଷକୁ ୧୨ମାସର ପାରିଶ୍ରମିକ ନାହିଁ। ଏଣୁ ନୂତନ ସରକାର ତୁରନ୍ତ ତାଙ୍କର ନାର୍ଯ୍ୟ ଦାବିକୁ ମାନିବାକୁ ଆଲୋଚନା କରିଥିଲେ। ଏହି ବୈଠକରେ ଜିଲ୍ଲା ସମ୍ପାଦିକା ସାଥି ସୈାଭାଗିନୀ ପତି, କାର୍ଯ୍ୟକାରୀ ସଭାପତି ସାଥି ଗଜେନ୍ଦ୍ର ନାୟକ, ଡେରାବିଶ ବ୍ଲକ ସମ୍ପାଦିକା ସାଥି ପ୍ରତିମା ପାତ୍ର, ମହାକାଳପଡା ବ୍ଲକ ସମ୍ପାଦିକା ସାଥି ପ୍ରତିମା ମଳିକ, ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି ସାଥି ଜୟନ୍ତୀ ନାୟକ, କେନ୍ଦ୍ରାପଡା ବ୍ଲକ ନେତା ସାଥି ଶ୍ୟାମସୁନ୍ଦର ବିଶ୍ୱାଳ, ଏଆଇଟିୟୁସି ନେତା ସାଥି ନିରଞ୍ଜନ ଦାଶ, ସାଥି ଭାଗ୍ୟବତୀ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଆସନ୍ତା ସେପ୍ଟେମ୍ବରମାସରେ ହେବାକୁ ଥିବା ରାଜ୍ୟ ସମ୍ମିଳନୀରେ କେନ୍ଦ୍ରାପଡା ଜିଲ୍ଲାରୁ ୨୦ଜଣ ପ୍ରତିନିଧି ଯୋଗଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଚଳିତ ମାସ ଶେଷ ସୁଧା ଜିଲ୍ଲାର ପ୍ରତି ବ୍ଲ୍ଲକରେ ବୈଠକ କରାଯିବାକୁ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି।


Next Post

ଆକସ୍ମିକ ଅଗ୍ନିକାଣ୍ଡରେ ଜଳିଗଲା ବୁଲେଟ

Mon Aug 12 , 2024
କେନ୍ଦ୍ରାପଡା,୧୧ା୮ : କେନ୍ଦ୍ରାପଡ଼ା ସହରର ବଡହାଟ ସ୍ଥିତ ପୂଜାରିଣୀ ଶାଢୀ ଦୋକାନ ସମ୍ମୁଖରେ ଥିବା ଏକ ବୁଲେଟ ହଠାତ ଜଳି ଉଠିଥିବା ଦେଖାଯାଇଥିଲା। ସ୍ଥାନୀୟ ଦୋକାନୀମାନେ ପାଣି ପକାଇ ସେହି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେବି ତାହା ସମ୍ଭବ ହୋଇନଥିଲା। ପରେ ସ୍ଥାନୀୟ ଏକ ଦୋକାନରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଆଣି ତା ସାହାଯ୍ୟରେ ନିଆଁକୁ ଆୟତ କରାଯାଇଥିଲା। ସୂଚନା ଅନୁଯାୟି ଜନୈକ ଗ୍ରାହକ କପଡା କିଣିବାକୁ ଆସି […]

KANIKA