ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଲେ ତୃତୀୟ ଶ୍ରେଣୀ ଛାତ୍ର


କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର ନୋଡାଲ ଉପ୍ରା ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର ଜ୍ୟୋତିରଞ୍ଜନ ମହାନ୍ତି ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଥିବା ଜଣାପଡିଛି । ସେ ୮ ବର୍ଷ ବୟସରେ ଏହିଭଳି କ୍ଷାତି ଅର୍ଜନ କରିବା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶ ବିଦେଶର ମୌଖିକ ପ୍ରଶ୍ନର ଉତର ସକ୍ଷିପ୍ତ ସମୟ ମଧ୍ୟରେ ପତିପାଦନ କରିଥିବାରୁ ସେ ଏହି ପ୍ରତିଭାର ହକଦାର ହୋଇଛନ୍ତି ।ମାର୍ଶାଘାଇ ବ୍ଲକ କରିଲୋପାଟଣା ପଂଚାୟତ ଗୋପେଇ ଗ୍ରାମର ମିତାରାଣୀ ଓ ହିମାଂଶୁ ମହାନ୍ତିଙ୍କ ପୁଅ ଜ୍ୟୋତିରଞ୍ଜନ ପିଲାଟି ଦିନରୁ ପଢାପଢି ସହିତ ସମସ୍ତ କୁଇଜ ଓ ବିଭିନ୍ନ ପ୍ରତିକା ପଢିବାକୁ ମନବଳାନ୍ତି । ଏଥିନେଇ ସେ ଇଣ୍ଡିଆବୁକ୍ ଅଫ ରେକର୍ଡରେ ସ୍ଥାନପାଇପାରିଛି । ତାଙ୍କର ଏହି ସଫଳତା ପଛରେ ଜେଜେ ଅବସରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ମହାନ୍ତିଙ୍କ ପ୍ରେରଣା ଓ ଆଶ୍ରିବାଦ ରହିଛି ବୋଲି ସେ କହିଛନ୍ତି । ତତ ସହିତ ବକ୍ତାରପୁର ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ମିଶ୍ରଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀଶିକ୍ଷକଙ୍କ ପ୍ରେରଣା ଓ ଆଶ୍ରିବାଦ ରହିଛି ବୋଲି ଜ୍ୟୋତିରଞ୍ଜନ କହିଛନ୍ତି ।


Next Post

ପୁଣି ଲଜ୍ୟା : ୮ ବର୍ଷ ଶିଶୁକନ୍ୟାକୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ କୋର୍ଟ ଚାଲାଣ

Tue Aug 13 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଂଚଳରେ ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ଛାଡିଦେବାକୁ କହି ଚକୋଲେଟ୍ ଲୋଭ ଦେଖାଇ ଜଣେ ୮ ବର୍ଷର ନିଷ୍ପାପ ଓ ନିରୀହ ଶିଶୁ କନ୍ୟା ସହ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପୀଡିତା ନାବାଳିକାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତିି କରାଯାଇଛି। ଉକ୍ତ ଘଟଣାରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ପରୀକ୍ଷା ପରେ […]

KANIKA