ଇନ୍ଦୁପୁର ଅରୋବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ନଳକୂପ ପାଇଁ ସାଂସଦଙ୍କୁ ଦାବିପତ୍ର


ଇନ୍ଦୁପୁର ଅରୋବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ଏକ ଗଭୀର ନଳକୂପ ଖୋଳାଯିବାକୁ କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ୧୯୯୦ମସିହାରେ ଇନ୍ଦୁପୁର ଠାରେ ଏହି ଶିକ୍ଷାକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଏହି ଶିକ୍ଷାକେନ୍ଦ୍ର ନବ ଜୀବନ ଶିକ୍ଷା ସଂସଦର ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ। ଏହି ଶିକ୍ଷାକେନ୍ଦ୍ରରେ ଆଖପାଖ ଅଞ୍ଚଳର ୪/୫ଟି ଗ୍ରାମର ୨ଶହ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି। ଶିକ୍ଷାକେନ୍ଦ୍ର ପରିସରରେ ଥିବା ଏକମାତ୍ର ନଳକୂପଟି ଅଚଳ ହୋଇପଡିଛି। ଫଳରେ ପିଇବା ପାଣି ପାଇଁ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଏହି ଶିକ୍ଷା କେନ୍ଦ୍ର ପରିସରରେ ଏକ ଗଭୀର ନଳକୂପ ଖୋଳାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଶିକ୍ଷାକେନ୍ଦ୍ର ପକ୍ଷରୁ ମମତା ନାୟକ, ଅନନ୍ତ ଚରଣ ସାହାଣୀ, ବସନ୍ତ ମହାପାତ୍ର ଓ ଶକୁନ୍ତଳା ସାହାଣୀ ପ୍ରମୁଖ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ସାଂସଦ ଶ୍ରୀ ପଣ୍ଡାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading