ଗୋପବନ୍ଧୁ ପାଠାଗାରର ଶିକ୍ଷାର୍ଥୀମାନଙ୍କ ପକ୍ଷରୁ ସାଂସଦଙ୍କୁ ଦାବିପତ୍ର ପ୍ରଦାନ


କେନ୍ଦ୍ରାପଡା,୧୩ା୮ : କେନ୍ଦ୍ରାପଡା ଗୋପବନ୍ଧୁ ପାଠାଗାରକୁ ଦୈନିକ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆସୁଥିବା ଶିକ୍ଷାର୍ଥୀମାନେ ଆଜି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଏହି ପାଠାଗାରକୁ ଦୈନିକ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆସୁଥିବା ବେଳେ ପାଠାଗାରରେ ସେମାନଙ୍କ ପାଇଁ ମାତ୍ର ୬୦ଟି ଚେୟାର ରହିଛି। ଫଳରେ ସେମାନେ ତଳେ ବସି ଅଧ୍ୟୟନ କରିବାକୁ ବାଧ୍ୟ ହେଉଛନ୍ତି। ଏହାବ୍ୟତିତ ଆବଶ୍ୟକ ସଂଖ୍ୟକ ପାଇଖିନା ଓ ଏସି ନଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପାଠାଗାରର ଉପର ମହଲା ନିର୍ମାଣ ପାଇଁ ବିଧାନସଭା ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ସରକାରୀ ଅନୁଦାନ ମଞ୍ଜୁର ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇନାହିଁ। ତେଣୁ ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଶିକ୍ଷାର୍ଥୀ ମୃତ୍ୟୁଞ୍ଜୟ ସାହୁ, ଶ୍ରୀମନ୍ତ କୁମାର ଜେନା, ନିହାର ପ୍ରଧାନ, ରଞ୍ଜିତ ସାହୁ, ନନ୍ଦିତା ସାହୁ, ଜଗଦିଶ ନାୟକ, ମୋନାଲିଶା ନାୟକ, ପ୍ରିୟଦର୍ଶିନୀ ନାୟକ ପ୍ରମୁଖ ସାଂସଦଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।


Next Post

କେନ୍ଦ୍ରାପଡା ଜିଲ୍ଲା ସମନ୍ୱୟ ଓ ପରିଚାଳନା କମିଟି ବୈଠକ

Tue Aug 13 , 2024
କେନ୍ଦ୍ରାପଡ଼ା,୧୩ା୮: କେନ୍ଦ୍ରାପଡ଼ା ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି(ଦିସା) ବୈଠକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ଯୋଗାଣ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ଜଳ ଜୀବନ ମିଶନ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ […]

KANIKA