
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶ ବ୍ୟାପି ଅଗଷ୍ଟ ୧୩ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସମାରୋହରେ ଅନୁଷ୍ଠିତ ହେଉଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅପରାହ୍ନରେ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଭାବେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିବା ସହିତ ପରାଧୀନ ଭାରତବର୍ଷ ଓ ତତ୍କାଳୀନ ଇଂରେଜ ସରକାରଙ୍କ ଅତ୍ୟାଚାର ଓ କୁଶାସନ ଉପରେ ଆଲୋକପାତ କରି ଦେଶ ସ୍ୱାଧୀନତା ଆନ୍ଦୋଳନରେ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଥି ସହିତ ୭୮ତମ ସ୍ୱାଧୀନତା ଦିବସ ଉତ୍ସାହର ସହ ପାଳନ କରିବା ସହିତ ଘରେ ଘରେ ତ୍ରିରଙ୍ଗା ଉଡାଇ ଦେଶ ପ୍ରେମର ପରିଚୟ ଦେବାକୁ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ ଭାଷଣ ଦେଇ ସାମାଜିକ ଅର୍ଥନୈତିକ ଓ ଶୈକ୍ଷିକ ସ୍ୱାଧୀନତା ଭାବେ ସ୍ୱାଧୀନ ହେଲେ ପ୍ରକୃତ ସ୍ୱାଧୀନତା ହାସଲ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ, ବ୍ଲକ ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ,୧୬ନଂ ଜିଲ୍ଲା ପରିଷଦ ପ୍ରତିନିଧି ଇଂ ସ୍ୱପ୍ନ ରଞ୍ଜନ ବେହେରା, ବଳଭଦ୍ରପୁର ସରପଂଚ ପ୍ରିୟବ୍ରତ ଓଝା, ଗଙ୍ଗାରାମପୁର ସମିତିସଭ୍ୟ ବିଶ୍ୱ ରଞ୍ଜନ ଭୂୟାଁ ସମ୍ମାନିତଅତିଥି ଭାବେ ଯୋଗ ଦେଇ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଓ ସ୍ୱାଧୀନତାର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଭାବଗ୍ରାହୀ କଳା ନିକେତନ କଳାକାରମାନେ ଦେଶାତ୍ମବୋଧକ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ପଂଚାୟତ ବିକାଶ ଅଧିକାରୀ ପିତାମ୍ବର ଜେନା,ମୁଖ୍ୟ କିରାଣୀ ମାନସ ନନ୍ଦ ଅନନ୍ତ ବିଶ୍ୱାଳ, ପ୍ରଭାତ ମଲ୍ଲିକ,କମ୍ପୁଟର ପ୍ରୋଗ୍ରାମର ପ୍ରିୟରଞ୍ଜନ ସ୍ୱାଇଁ, କ୍ୟାସିୟର ପ୍ରିୟ ରଞ୍ଜନ ସାମଲ,ଅନିଲ କୁମାର ତରାଇ,ଅଲେଖ ସେଠୀ ପ୍ରମୁଖ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ମିଶନଶକ୍ତିର ୩୦୦ରୁ ଉର୍ଦ୍ଧ ମହିଳା, ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।











