
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପ୍ୟାରେଡ ପଡିଆ ଠାରେ ଗୁରୁବାର ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ଜାତୀୟ ପତାକା ଉତତୋଳନ କରିବା ସହ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ବିଧାୟକ ତାଙ୍କ ଅଭିଭାଷଣରେ କହିଥିଲେ ଆଜିର ଦିବସ ଅକ୍ଲାନ୍ତ ପରିଶ୍ରମ କରି ଦେଶ ପାଇଁ ସ୍ୱାଧୀନତା ଆଣିଥିବା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଳନ କରାଯାଉଛି । ଏହି ମାଟିର ସନ୍ତାନ ମାନେ ସ୍ୱାଧୀନତା ଆଣିବାକୁ ଅନେକ ପ୍ରଚେଷ୍ଟା କରିଛନ୍ତି। ସେମାନଙ୍କ ଉଦ୍ୟମ ପାଇଁ ଆଜି ଆମେ ସ୍ୱାଧୀନତା ଉତ୍ସବ ପାଳୁଛୁ। ଦେଶର ଉନ୍ନତି ପାଇଁ ନିଜର ସ୍ୱାର୍ଥକୁ ବଳି ଦେଇ ସର୍ବାଙ୍ଗୀନ ଉନ୍ନତି ପାଇଁ ସଂକଳ୍ପ ନେବାକୁ ସେ ଛାତ୍ରୀଛାତ୍ରଙ୍କୁ ଆହ୍ୱାନ ଦେଇଛନ୍ତି ।
ଏହି ଉତ୍ସବରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ, ପଟ୍ଟାମୁଣ୍ଡାଇ ଅଗ୍ନିଶମ ବିଭାଗ ଅଧିକାରୀ, ପଟ୍ଟାମୁଣ୍ଡାଇ ମେଡିକାଲ ଅଫିସର ଓ ବିଡିଓ ,ପ୍ରଫେସର ଅନିରୁଦ୍ଧ ରାଉଳ, ଶିକ୍ଷକନେତା ବିଜୟ କୁମାର ସାହୁ, ବିକାଶ ପରିଷଦର ସଂପାଦକ ଆଡଭୋକେଟ ଗୋପିନାଥ ତ୍ରିପାଠୀ, ସମାଜସେବୀ ପ୍ରମୋଦ ଜେନା, ପ୍ରଦିପ ପ୍ରଧାନ, ଦେବାଶିଷ ପ୍ରଧାନ,ରାଜେନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ କୃର୍ତି ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
ସେହିପରି ପଟ୍ଟାମୁଣ୍ଡାଇ ବିଜୁ ଜନତାଦଳ କାର୍ଯ୍ୟାଳୟରେ ରାଜନଗର ବିଧାୟକ ଧ୍ରୁବ ସାହୁ ପତାକା ଉତୋଳନ କରିଥିଲେ । ପଟ୍ଟାମୁଣ୍ଡାଇ ବିଦ୍ୟୁତ ଅଫିସରେ ଏସ.ଡି.ଓ ସ୍ମୃତିରଞନ ରଥ ପାତାକା ଉତୋଳନ କରିଥିଲେ । ଏଥିରେ ଆଇନଜିବୀ ଭିମସେନ୍ ପରିଡା ଓ ଅନ୍ୟ କର୍ମଚାରି ମାନେ ଅଂଶଗ୍ରହଣ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ ବିଡିଓ ଶୁଭ୍ରାଂଶୁ ସାହୁ ,ପଟ୍ଟାମୁଣ୍ଡାଇ ପୁର୍ତ ବିଭାଗ କାର୍ଯ୍ୟାଳୟରେ ନିର୍ବାହୀ ଯନ୍ତ୍ରୀ ରାଜଶ୍ରୀ ବେହେରା. ପଟ୍ଟାମୁଣ୍ଡାଇ ଜଳସଂପଦ କାର୍ଯ୍ୟାଳୟରେ ଜେଇ ସୁନିଲ ନାୟକ, ପଟ୍ଟାମୁଣ୍ଡାଇ ଏସଡିପିଓ ଅଫିସରେ ଏସଡିପିଓ କ୍ଷମାସାଗର ପଣ୍ଡା ପାତାକ ଉତୋଳନ କରିଥିଲେ । ଏହାଛଡା ପଟ୍ଟାମୁଣ୍ଡାଇର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଆଦି ସ୍ଥାନରେ ପତାକା ଉତୋଳନ ହୋଇଯାଇଛି ।











