
କେନ୍ଦ୍ରାପଡା ୧୬/୮ – ସ୍ୱାଧୀନତା ଦିବସ ଅବସରରେ ବିବିଧ କଳାର ସମାବେଶୀ ମଞ୍ଚ “ସିମ୍ପୋନି’ ତରଫରୁ ଗପ, କବିତା, ସଙ୍ଗୀତ ଅକ୍ଷସର ସହ “କଳା ଅଭିବ୍ୟକ୍ତିରେ ସ୍ୱାଧୀନତା ଅଙ୍କୁଶଯୁକ୍ତ ହେବା ଉଚିତ୍ କି ?’ ଶୀର୍ଷକ ଏକ ବିତର୍କ ମାଧପୁରସ୍ଥିତ ପୁନର୍ବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ‘ତ୍ରିରଙ୍ଗାର ତାଳେ ତାଳେ..ସୃଜନର ସାରେଗାମା’ ଶିରୋନାମାର ଏହି ମନୋଜ୍ଞ କାର୍ଯ୍ୟକ୍ରମକୁ ସିମ୍ପୋନିର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ କଥାକାର ଡ. ବିରଜା ରାଉତରାୟ ସଞ୍ଚାଳନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଡ଼ଃ ଅପର୍ଣ୍ଣା ମହାନ୍ତି, ବିଷୟ ବିଶାରଦ ଭାବେ ପ୍ରାକ୍ତନ ଜିଲ୍ଲା ବାର ଆସୋସିଏସନର ସଭାପତି ବିଚିତ୍ରକ୍ଷନନ୍ଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ତଥା ସାହିତ୍ୟିକ ତ୍ରିଲୋଚନ ପ୍ରଧାନ, ଆୟବା ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିନାୟକ ପ୍ରଧାନ ପ୍ରମୁଖ ଯୋଗ ଦେଇ ସବୁକାଳରେ କଳାକାର, ଚିତ୍ରଶିଳ୍ପୀ, ଲେଖକ, କବିମାନଙ୍କ ପାଇଁ ଅଭିବ୍ୟକ୍ତିର ସ୍ୱାଧୀନତା ଏକ ଅସୀଧାରର ଆହ୍ୱାନ୍ ସଦୃଶ ପ୍ରତିଭାତ ହୋଇଆସିଛି । ଏଥିପାଇଁ ପୁସ୍ତକ ବ୍ୟାଜାପ୍ତିଠାରୁ ଜେଲଦଣ୍ଡ ଓ ନିର୍ବାସନ ପରି କ୍ରୁରତାକୁ ସୃଜନ ସ୍ରଷ୍ଟାମାନେ ଭୋଗୀ ଆସୁଛନ୍ତି। ତେଣୁ ଶିଳ୍ପୀ ସାମାଜିକ ଦିଗପ୍ରତି ସମ୍ବେଦନଶୀଳ ହୋଇ ନିଜ ନିଜର ସ୍ୱାଧୀନ ଅଭିବ୍ୟକ୍ତିର ପରିସୀମା ନିର୍ଧାରଣ କରିବା ଉଚିତ୍ ଯଦିଓ ଏହା ବ୍ୟକ୍ତି ଓ ଦେଶ ନିର୍ବିଶେଷରେ ଏକ ଆପେକ୍ଷିକ ଲକ୍ଷଣଗାର। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କବି ଅକ୍ଷୟ କୁମାର ନାୟକ, ଚିତ୍ରଶିଳ୍ପୀ ଅଜୟ କୁମାର ପଣ୍ଡା, ଶ୍ରୀଧର ଭୋଳ, ସଙ୍ଗୀତ ଗୁରୁ କଳାକାର ପଣ୍ଡା, ରଣଧୀର ଜେନା ପ୍ରମୁଖ ବିତର୍କରେ ଭାଗ ନେଇ ସପକ୍ଷ ଓ ବିପକ୍ଷରେ ନିଜ ନିଜ ଯୁକ୍ତି ଉପସ୍ଥାପନ କରିଥିଲେ । ଗଳ୍ପ୍ ବିଭାଗରେ ବରିଷ୍ଠ ସାହିତ୍ୟିକ ପ୍ରମୋଦ ସିଂହ ମୁଢ଼ି ଗଳ୍ପ, ବଂଶୀଧର ମହାନ୍ତି, ମୋ ଜେଜେଙ୍କ ପିଲା ଦିନ, ଅବନ୍ତୀ ବେହେରା, କର୍ମ ଫଳ, ସ୍ୱପ୍ନକ୍ଷଶୁ କୁମାର ଦାସ, ସ୍ୱାଧୀନତା, ପ୍ରଭୃତି ସ୍ୱରଚିତ ଗଳ୍ପ୍ ପଠନ କରିଥିଲେ । କବିତା ବିଭାଗରେ କବି ଓ ଅନୁବାଦିକା ନବ ଜ୍ୟୋତି ରାୟ, ସ୍ୱାଧୀନତା, ଡ. ବିରଜା ରାଉତରାୟ, ମୋତେ ଏବେ ପଚାଶ, ରଞ୍ଜନ ବାଇ, ଆ ବୋଇଲେ ଆସିଲୁନି, ଅଜୟ କୁମାର ପାତ୍ର, ବ୍ୟଙ୍ଗ କବିତା, ରସିକ ନାଗର, ଗୋଲାପ ରାଉତ, ସ୍ୱାଧୀନତା କାହାର, ସ୍ୱର୍ଣ୍ଣ ମୟୀ ଷଡଙ୍ଗୀ, ଗାନ୍ଧୀ, ପୁଷ୍ପାଞ୍ଜଳି ପଣ୍ଡା, ବିଶ୍ୱ ବନ୍ଦିତା, କବିତା ମୁଦୁଲି, ସ୍ୱପ୍ନ ଏବଂ ନୃସିଂହ ତ୍ରିପାଠୀ, ଦେବୀଦତ୍ତ ମିଶ୍ର, ବାପିନ ମଲ୍ଲ ସ୍ୱାଧୀନତାକୁ ନେଇ କବିତା ପାଠ କରିଥିଲେ । ପରିଶେଷରେ ଗୁରୁ କଳାକାର ପଣ୍ଡା, ଡ. ଅପର୍ଣ୍ଣା ମହାନ୍ତି, ଡ. ଗିରିଜାକାନ୍ତ ଦାସ ଓ ଗୌତମ କୁମାର ସାହୁ ମୁଗ୍ଧକର ସଙ୍ଗୀତ ପରିବେଷଣ କରି ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲେ । କୋଷାଧକ୍ଷ ବଂଶୀଧର ମହାନ୍ତି, ଶେଷ ଦେବ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସିମ୍ଫୋନିର ସଂଯୋଜକ ସ୍ୱପ୍ନକ୍ଷଶୁ କୁମାର ଦାସ ଧନ୍ଯବାଦ ଅର୍ପଣ କରିଥିଲେ ।










