କେନ୍ଦ୍ରାପଡ଼ା,୧୯ା୮: କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ଆରଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ ସୋମବାର ପାଳିତ ହୋଇଯାଇଛି। ଶ୍ରୀଜୀଉଙ୍କ ଜନ୍ମୋତ୍ସବ ଅବସରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ବୋଲି ଶ୍ରୀଜୀଉଙ୍କ ମନ୍ଦିର ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି । ଜନ୍ମୋତ୍ସବ ପାଇଁ ଶ୍ରୀଜୀଉଙ୍କୁ ସକାଳ ୬ଟାରେ ଜୟମଙ୍ଗଳା ଆଳତୀ, ୮ଟାରେ ନୀତିସ୍ନାନ ବଲ୍ଲଭ, ୯ଟାରେ ଖେଚୁଡି ଧୂପ ଓ ପୂର୍ବାହ୍ନ୧୧ଟାରେ […]
Day: 19 August 2024
କେନ୍ଦ୍ରାପଡ଼ା,୧୯ା୮ : କାକଟ- ଦାନପୁର କେନାଲ ବନ୍ଧ ରାସ୍ତାରୁ ଚକ୍ରୋଡା ଗ୍ରାମପଞ୍ଚାୟତର କଚେରିଡିହ ରାସ୍ତାଟି ୧୫ଦିନ ହେବ ବିଛିନ୍ନ ହୋଇପଡିଛି। ଫଳରେ ସେହି ରାସ୍ତାଦେଇ କଚେରିଡିହ ବଟେଶ୍ୱର ମହାଦେବଙ୍କ ମନ୍ଦିରକୁ ଦୈନିକ ଯାଉଥିବା ଶହ ଶହ ଲୋକ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଜଣେ ଚାଷୀ କାହାକୁ କିଛି ନକହି ପ୍ରାୟ ୩ଫୁଟ୍ ଉଚ୍ଚା ଓ ଦେଢ ଫୁଟ୍ ଚଉଡାର ରାସ୍ତାଟିକୁ ହାଣିଦେଇ ସେଠାରେ ଏକ ସୋଠ ବସାଇ ଦେଇଛନ୍ତି। […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଳକ ଚନ୍ଦ୍ନନଗର ପଂଚାୟତ ଗୋପ୍ତିରା ଗ୍ରାମର ଦିନ ଦରିଦ୍ର ସରସ୍ୱତୀ ବାୟୀ ଗତ ଦୁଇ ବର୍ଷ ହେବ ରକ୍ତ କର୍କଟ ରୋଗରେ ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିଛନ୍ତି। ମୁଣ୍ଡ ଗଞିିବାକୁ ଘର ଖଣ୍ଡେ ନଥିବାରୁ ବର୍ଷା ହେଲେ ପରଘରେ ଆଶ୍ରା ନେଉଛନ୍ତି । ସ୍ତ୍ରୀ ରୋଗାଗ୍ରସ୍ତ ହେବା ଦିନରୁ ସ୍ୱାମୀ ନରେଶ ତାଙ୍କ ସେବାରେ ଦିନ ଯାଉଛି । ରୋଜଗାର ବନ୍ଦ ହୋଇଯିବାରୁ ଦୁଇ […]
କେନ୍ଦ୍ରାପଡ଼ା,୧୯ା୮ : ବିଭିନ୍ନ ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଭଳି ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି। କିନ୍ତୁ କିଛିଦିନ ପରେ ଏହି ପ୍ରତିମୂର୍ତ୍ତି କେଉଁ ଅବସ୍ଥାରେ ରହୁଛି ତାହାକୁ କେହି ନଜର ଦେଉ ନାହାଁନ୍ତି। ସମସ୍ତେ ନିଜ ନିଜ ସ୍ୱାର୍ଥରେ ବୁଡି ରହୁଛନ୍ତି। ଫଳରେ ବରପୁତ୍ରମାନଙ୍କୁ ଅସମ୍ମାନ କରାଯାଉଥିବା ନେଇ ଅଭିଯୋଗ ହେଉଛି। କେବଳ ଲୋକଦେଖାଣିଆ […]
କେନ୍ଦ୍ରାପଡା ଅଫିସ ,୧୯/୮: କେନ୍ଦ୍ରାପଡା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମସ୍ଥିତ ଶ୍ରୀ ରାମ ମନ୍ଦିରରେ ଚଳିତମାସ ୧୧ ତାରିଖଠାରୁ ଆରମ୍ଭ ହୋଇଥିବା ଶ୍ରୀ ରାମଚରିତ ମାନସ ଓ ନବାହ୍ନ ପାରାୟଣ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି । ମାନସ ଭୂଷଣ ପଣ୍ଡିତ ହୃଷିକେଶ ରଥଙ୍କ ତତ୍ତ୍ୱାବଧାନରେ ୯ଦିନ ବ୍ୟାପୀ ପାରାୟଣ ଉତ୍ସବରେ ପଣ୍ଡିତ ରାଜକିଶୋର ମହାପାତ୍ର ବ୍ୟାସ ଭାବେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ବିଶ୍ୱସ୍ୱରୁପ ରଥ […]
କେନ୍ଦ୍ରାପଡା, ୧୯ା୮ – ରାଜ୍ୟ ସାମ୍ବାଦିକ ସଂଘ କେନ୍ଦ୍ରାପଡା ଶାଖା ପକ୍ଷରୁ ଏକ ପ୍ରାନ୍ତିୟ ସମାବେଶ ଓ ଆଲୋଚନା ଚକ୍ର ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି । ସଂଘର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ମୁଖ୍ୟବକ୍ତା, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ଯୁବନେତା ତେଜେଶ୍ୱର ପରିଡା […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଷିଆ ପଞ୍ଚାୟତ ବାସୁଦେବପୁର ଗ୍ରାମରେ ଗତକାଲି ବ୍ରଜପାତରେ ମୃତ୍ୟୁବରଣ କରିଥିବା ଚାଷୀ ବିଜୟ ମଳିକଙ୍କ ପରିବାରକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ବିଧାୟକଙ୍କ ସହିତ ପୂର୍ବତନ ସରପଞ୍ଚ ପ୍ରଭାତ ପ୍ରଧାନ, ଶ୍ୟାମସୁନ୍ଦରପୁର ସମବାୟ ସମିତି ସଭାପତି ସୁଦାମ ରାଉତ, ପ୍ରାକ୍ତନ ସଭାପତି ଗୌରାଙ୍ଗ ସ୍ଵାଇଁ ଧ୍ରୁବ ଅନ୍ନପୂର୍ଣ୍ଣା ସେବା […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ବଡପାଳ ଆରଆଇ ସର୍କଲ ଅଧିନ ଓଉପଦା ପଂଚାୟତ କଜଳବନ୍ଧ ଗାଁର ସୁଶାନ୍ତ କୁଣ୍ଡଙ୍କ ଘରେ ସୋମବାର ସଂନ୍ଧ୍ୟା ୭ଟାରେ ଅଗ୍ନିକାଣ୍ଡ ଘଟି ୩ ବଖରା ଚାଳଘର ପୋଡ଼ି ପାଉଁଶ ହୋଇଯାଇଛି। ରୋଷେଗ୍ୟାସରୁ ନିଆଁ ଲାଗିବାରୁ ପରିବାର ଲୋକେ ଦେଖି ଘରୁ ପଦାକୁ ଆସି ଗାଁ ଲୋକଙ୍କୁ ଡାକ ପକାଇଥିଲେ । ସାହିପଡ଼ିଶା ପହଁଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। […]
କେନ୍ଦ୍ରାପଡା,୧୯/୮: ବଜ୍ରାଘାତରେ କେନ୍ଦ୍ରାପଡା ସହରସ୍ଥ ଏକ ପ୍ରାଚୀନ ମନ୍ଦିର ଶ୍ରୀ ଗୋପୀନାଥଜୀଉ ବିନୋଦବିହାରୀ ମନ୍ଦିରରୁ ୧୨ଟି ପଥର ଖସିପଡି ବିପଦ ସୃଷ୍ଟି କରିଛି । ସୋମବାର ପ୍ରାୟ ସନ୍ଧ୍ୟା ୬ଟା ୪୫ମିନିଟ ସମୟରେ ବଜ୍ରପାତ ଘଟିଥିଲା । ବଜ୍ରପାତର ପ୍ରଚଣ୍ଡ ଶବ୍ଦରେ କେନ୍ଦ୍ରାପଡା ସହର ଥରି ଉଠିଥିଲା । ଏହାର ପ୍ରଭାବରେ ଲୋକମାନେ ଭୟଭୀତ ହୋଇ ପଡିଥିଲେ । କେନ୍ଦ୍ରାପଡା ସହର କାକଟସ୍ଥିତ ଶ୍ରୀ ଗୋପୀନାଥଜୀଉ ବିନୋଦବିହାରୀ ମନ୍ଦିର ପଛପାଶ୍ୱର୍ […]
କେନ୍ଦ୍ରାପଡ଼ା,୧୮ା୮ : କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ଲାଗି ହେବା ପାଇଁ ଏକଲକ୍ଷ ତୁଳସୀ ଆସି ଇଛାପୁରସ୍ଥିତ ଶ୍ରୀଜୀଉଙ୍କ ମନ୍ଦିରରେ ପହଞ୍ଚିଛି। ଏହି ତୁଳସୀ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଗୟାସପୁରର ବିଣାପାଣୀ କଳ୍ପତରୁ ପ୍ରଶିକ୍ଷଣକେନ୍ଦ୍ରରୁ ଶ୍ରୀଜୀଉଙ୍କୁ ଲାଗି ହେବା ପାଇଁ ଆସିଛି। ଶ୍ରୀବଳଦେବଜୀଉଙ୍କ ଜନ୍ମଦିନ ତଥା ଗ୍ରହ୍ମାପୂର୍ଣ୍ଣର୍ିମା ଅବସରରେ ଏହି ତୁଳସୀ ଶ୍ରୀଜୀଉଙ୍କୁ ଲାଗି କରାଯାଇଥାଏ। ଗୟାସପୁରରୁ ପଦଯାତ୍ରା କରି ସଂସ୍ଥାର କର୍ମକର୍ତ୍ତାମାନେ ଏହି ତୁଳସୀ ନେଇ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସ୍ଥାନରେ ରବିବାର ବଜ୍ରାଘାତ ହୋଇଛି। ଏଥିରେ ୨ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଦୋଷିଆ ପଂଚାୟତ ବାସୁଦେବପୁର ଗାଁର ବିଜୟ ମଳିକ(୪୯) ଅନ୍ୟଜଣେ ଚାଷୀ ହେଲେ ବିଲିକଣା ପଂଚାୟତ ଗରା ଗ୍ରାମର ରାଜକିଶୋର ପ୍ରଧାନ (୬୫) ବୋଲି ଜଣାପଡିଛି । ସୂଚନା ଅନୁସାରେ ରବିବାର ପୂର୍ବାହ୍ନରେ ବାସୁଦେବପୁର ଗାଁର ବିଜୟ ବିଲକୁ ଚାଷ କାମ ପାଇଁ ଯାଇଥିଲେ। ବିଲରେ କାମ […]










