କେନାଲ ବନ୍ଧ -କଚେରୀଡିହ ରାସ୍ତା ବିଛିନ୍ନ ଶହ ଶହ ଲୋକ ହିନସ୍ତା



କେନ୍ଦ୍ରାପଡ଼ା,୧୯ା୮ : କାକଟ- ଦାନପୁର କେନାଲ ବନ୍ଧ ରାସ୍ତାରୁ ଚକ୍ରୋଡା ଗ୍ରାମପଞ୍ଚାୟତର କଚେରିଡିହ ରାସ୍ତାଟି ୧୫ଦିନ ହେବ ବିଛିନ୍ନ ହୋଇପଡିଛି। ଫଳରେ ସେହି ରାସ୍ତାଦେଇ କଚେରିଡିହ ବଟେଶ୍ୱର ମହାଦେବଙ୍କ ମନ୍ଦିରକୁ ଦୈନିକ ଯାଉଥିବା ଶହ ଶହ ଲୋକ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଜଣେ ଚାଷୀ କାହାକୁ କିଛି ନକହି ପ୍ରାୟ ୩ଫୁଟ୍ ଉଚ୍ଚା ଓ ଦେଢ ଫୁଟ୍ ଚଉଡାର ରାସ୍ତାଟିକୁ ହାଣିଦେଇ ସେଠାରେ ଏକ ସୋଠ ବସାଇ ଦେଇଛନ୍ତି। କିନ୍ତୁ ଚାଷୀ ଜଣଙ୍କ ହାଣି ଦେଇଥିବା ସେହି ରାସ୍ତାଟିକୁ ସଠିକ ଭାବରେ ପୋତି ନଥିବାରୁ ସେହି ରାସ୍ତାଦେଇ ଲୋକମାନେ ବଟେଶ୍ୱର ମନ୍ଦିର ଓ ମା’ଭଗବତୀଙ୍କ ମନ୍ଦିର ସମେତ କଚେରିଡିହ ରାଉଳ ସାହିକୁ ଯିବା ଆସିବାରେ ଘୋର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସ୍ଥାନୀୟ ସରପଞ୍ଚଙ୍କୁ ଏସମ୍ପର୍କରେ ଅବଗତ କରାଯାଇଥିଲେ ବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଜଣାପଡିଛି। ରାସ୍ତା ହଣାଯାଇଥିବା ସମ୍ପର୍କରେ ଜାଣିନଥିବା ଲୋକମାନେ ରାତିରେ ସେହି ରାସ୍ତାରେ ଯାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି। ତୁରନ୍ତ ସେହି କଟାଯାଇଥିବା ରାସ୍ତାକୁ ପୋତାଯିବା ପାଇଁ କଚେରିଡିହ ଗ୍ରାମର ଜନସାଧାରଣଌିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading