ମୟୀୟସୀ ସରୋଜିନୀ ସାମଲଙ୍କ ଶ୍ରାଦ୍ଧବାର୍ଷିକୀରେ ଭିନ୍ନକ୍ଷମ ସମ୍ବର୍ଦ୍ଧିତ


ପଟ୍ଟାମୁଣ୍ଡାଇ ତା ୨୦/୮ -ପଟ୍ଟାମୁଣ୍ଡାଇ ବ୍ଲକ ବାଛରା ପଂଚାୟତ ମଣ୍ଡପଡା ଗ୍ରାମର ବିଶିଷ୍ଟ ସମାଜସେବୀ ବରାହ ଚରଣ ସାମଲ (କାଁହୁ )ଙ୍କ ଧର୍ମପତ୍ନୀ ମୟୀୟସୀ ମହିଳା ସରୋଜିନୀ ସାମଲଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସରୋଜିନୀ ସାମଲ ସ୍ମୃତି ସଂସଦ ପକ୍ଷରୁ ୩ୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମଣ୍ଡପଡା ଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜଗଦଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବ ଙ୍କ ଗୋଷ୍ଠି ପୂଜା କାର୍ଯ୍ୟକ୍ରମରେ ବାବାଜୀ ଭୀମସେନ ଦାସ, ବାବାଜୀ ଜଗବନ୍ଧୁ ଦାସ, ବାବାଜୀ ଅଦୈତ ଦାସଙ୍କ ଯୋଗ ଦେଇ ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ହରିବଂଶ ପାରାୟଣ ଓ ଯଜ୍ଞ ପୂର୍ଣ୍ଣାହୁତି ଦିଆଯାଇଥିଲା। ଶ୍ରାଦ୍ଧବାର୍ଷିକୀ ଶେଷ ଦିବସରେ ସ୍ମୃତି ସଂସଦ ସମ୍ପାଦକ ଚିତ୍ତରଞ୍ଜନ ମଲ୍ଲିକଙ୍କ ପୌରାହିତ୍ୟ ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମାର୍ଶାଘାଇ ବ୍ଲକ ପ୍ରାକ୍ତନ ଅଧକ୍ଷ ସଞ୍ଜୟ କୁମାର ଲେଙ୍କା, କବି ସଚିତ୍ର କୁମାର ବେହୁରା, କଥାକାର ପ୍ରଦୀପ ନାୟକ, ବରିଷ୍ଠ ସାମ୍ବାଦିକ ପତିତପାବନ ଭଦ୍ର, ଶିକ୍ଷାବିତ ସୁରେଶ ଜେନା, ପ୍ରଫେସର ଆଦିକନ୍ଦ ପଣ୍ଡା, ସାମ୍ବାଦିକ ଅକ୍ଷୟ କୁମାର ସାହୁ, ଭଜନେଶ୍ୱର ହାଇସ୍କୁଲ ପ୍ରଧାନ ଶିକ୍ଷକ ଅନନ୍ତ କିଶୋର ବେହୁରା ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ ମୟୀୟସୀ ମହିଳା ଦିବଙ୍ଗତା ସରୋଜିନୀ ସାମଲ ସମାଜସେବା ଓ ଆଧ୍ୟାତ୍ମିକଜଗତକୁ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଯୁବସମାଜସେବୀ ସଂଗ୍ରାମ ସାମଲ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।ଏଇ ଅବସରରେ ଭିନ୍ନକ୍ଷମ ପୁରୁଷ, ମହିଳାଙ୍କୁ ପୁଷ୍ପଗୁଚ୍ଛ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇ ଥିବାବେଳେ ମଣ୍ଡପଡା ଭଜନେଶ୍ୱର ହାଇସ୍କୁଲରୁ ଅବସର ନେଇଥିବା ସହକାରୀ ଶିକ୍ଷକ ବସନ୍ତ କୁମାର ଶତପଥି ଓ ବେଣୁଧର ଶର୍ମାଙ୍କୁ ମଧ୍ୟ ସମର୍ଦ୍ଧିତ କରାଯାଇ ଥିଲା। ଶେଷରେ ସମାଜସେବୀ ଜୟରାମ ସାମଲ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୁବ୍ରତ ସାମଲ, ସଂଗ୍ରାମ ସାମଲ, ସୁଧାଂଶୁ ଶେଖର ସାମଲ, ଜ୍ୟୋତି ରଞ୍ଜନ ସାମଲ, ଅକ୍ଷୟ ଦାସ, ସିଦ୍ଧାର୍ଥ କୁମାର ସାମଲ ଓ ସୁନୀଲ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading