ସୁପ୍ରିମ କୋର୍ଟଙ୍କ ବର୍ଗୀକରଣ ରାୟ ପ୍ରତିବାଦରେ ଓ ସଂରକ୍ଷଣ ଦାବିରେ ଭାରତ ବନ୍ଦ



କେନ୍ଦ୍ରାପଡା, ୨୦ା୮: ଅନୁସୂଚିତ ଜାତି ଓ ଜନଜାତିଙ୍କ ମୌଳିକ ଅଧିକାର ସଂରକ୍ଷଣକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଓ ସୁପ୍ରିମ୍‌କୋର୍ଟଙ୍କ ବହୁଜନ ବର୍ଗୀକରଣ ରାୟ ପ୍ରତିବାଦରେ ଦେଶବ୍ୟାପୀ ଭାରତ ବନ୍ଦ କରାଯାଇଛି । ଏହାକୁ ସମର୍ଥନ ଜଣାଇ ଜିଲ୍ଲାର ସମସ୍ତ ଏସି ଏସଟି ସଙ୍ଗଠନମାନ ଯଥା ମୂଳନିବାସୀ ୟୁନାଇଟେଡ୍ ଫୋରମ, ଆମ୍ବେଦକର ଯୁବ ମୋର୍ଚ୍ଚା ଓ ସାବିତ୍ରୀବାଇ ଫୁଲେ ତରଫରୁ କେନ୍ଦ୍ରାପଡାର ମୁଖଶାଳା ତିନିମୂହାଣୀ ଠାରେ ସକାଳ ୭ଘଟିକା ଠାରୁ ଅପରାହ୍ନ ୨ଘଟିକା ପର୍ଯ୍ୟନ୍ତ ସଫଳ ଭାବେ ଭାରତ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦପାଳନରେ ସହରର ସମସ୍ତ ଭାରିଯାନ, ଦୋକାନ ବଜାର ବନ୍ଦ ସହ ପେଟ୍ରୋଲ ପମ୍ପ, ବିଭିନ୍ନ ଶିକ୍ଷାନୁଷ୍ଠାନମାନ, ବ୍ୟାଙ୍କ ଓ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ କରାଯାଇଥିଲା । ସେଠାରେ ବିଭିନ୍ନ ସ୍ଲୋଗାନମାନ ଦିଆଯିବା ସହ ଏହାକୁ ଆମ୍ବେଦକର ଯୁବ ମୋର୍ଚ୍ଚାର ସଭାପତି ଆଇନଜିବୀ ତଥା ଡ. ଅପୂର୍ବ ରଞ୍ଜନ ସେଠୀ ଆବାହନରେ ଜିଲ୍ଲାର ସମସ୍ତ ସଙ୍ଗଠନର ନେତୃମଣ୍ଡଳୀ ଓ କ୍ରାନ୍ତିକାରୀ ସଦସ୍ୟମାନେ ଏହି ବନ୍ଦ ପାଳନକୁ ସମସ୍ତଙ୍କ ସହେଯାଗରେ ଏହି ବନ୍ଦପାଳନ ସଫଳ ହୋଇଥିଲା । ଏଥିରେ ଏହି ବନ୍ଦପାଳନରେ ମୂଳନିବାସୀ ୟୁନାଇଟେଡ୍ ଫୋରମ୍ ରାଜ୍ୟ ସଭାପତି ମନୋରଞ୍ଜନ ଜେନା, ଆମ୍ବେଦକର ଯୁବମୋର୍ଚ୍ଚାର ସଭାପତି ଆଇନଜୀବୀ ଡ. ଅପୂର୍ବ ରଞ୍ଜନ ସେଠୀ, ସମତା ସୈନିକ ଦଳ ସଭାପତି ଖଗେଶ୍ୱର ମଲ୍ଲିକ, ସାବିତ୍ରୀ ବାଈ ଫୁଲେ ସେବାସଂଘ ସଭାନେତ୍ରୀ ସୁପ୍ରଭା ମଲ୍ଲିକ, ବୁଦ୍ଧ ମହାସଂଘ ସଭାନେତ୍ରୀ ବିଳାସୀନୀ ମଲ୍ଲିକ, ଦିଲ୍ଲୀପ କୁମାର ମଲ୍ଲିକ, ଦଶରଥ ମଲ୍ଲିକ, ସଶ୍ମିତା ମଲ୍ଲିକ, ପ୍ରାଣକୃଷ୍ଣ ନାୟକ, ମାନସ ମଲ୍ଲିକ, ଅକ୍ଷୟ ମଲ୍ଲିକ ଓ ଅନ୍ୟ ସଦସ୍ୟମାନେ ଏହି ବନ୍ଦକୁ ସଫଳ କରିଥିଲେ । ଏଥିରେ ଜିଲ୍ଲାର ଜନସାଧାରଣ ସହଯୋଗର ହାତ ବଢାଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading