ବିନୋଦବିହାରୀ ମନ୍ଦିରର ପୁନର୍ଗଠନ ପାଇଁ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରାପଡା ବିଧାୟକ


କେନ୍ଦ୍ରାପଡା,୨୩/୮: କେନ୍ଦ୍ରାପଡା ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ ୧୮ର କାକଟ ମୌଜାରେ ବହୁ ପ୍ରାଚୀନ ମନ୍ଦିର ଶ୍ରୀ ଶ୍ରୀ ବିନୋଦବିହାରୀ ମନ୍ଦିର ଉପରେ ଗତ ୧୯ ତାରିଖରେ ବଜ୍ରାଘାତରେ ଆକସ୍ମିକ ଭାବେ ଦଧିନଉତି ଓ ବିଭିନ୍ନ ସ୍ଥାନରୁ ପଥର ଭାଙ୍ଗି ଖସିପଡିଛି । ଏହାଫଳରେ ମନ୍ଦିର ବହୁମାତ୍ରାରେ କ୍ଷତିଗ୍ରସ୍ଥ ହୋଇଛି । ଏହି ମନ୍ଦିର କେବଳ କେନ୍ଦ୍ରାପଡାରେ ନୁହେଁ ସାରା ଓଡିଶାରେ ପ୍ରାଚୀନ କୀର୍ତ୍ତିରାଜିଙ୍କ ମଧ୍ୟରେ ଅନ୍ୟତମ ମନ୍ଦିର । ଏହି ମନ୍ଦିର ୧୨୭୬ ସନ୍‌ରେ ତିଆରି କରାଯାଇଥିଲା । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଆଜି ଏହି ପରିଦର୍ଶନରେ ଆସି ମନ୍ଦିରର ସ୍ଥିତି ପରଖିଥିଲେ । ଏଥି ସହିତ ଶ୍ରୀ ଶ୍ରୀ ବିନୋଦ ବିହାରୀ ଜୀୟୁ, ଗୋପିନାଥ ଜୀୟୁ ଓ ବାଲାବାବା ମନ୍ଦିରର ଟ୍ରଷ୍ଟ ବୋର୍ଡର ସଦସ୍ୟ ଉମାକାନ୍ତ ସିଂ, ଜୟନ୍ତ କୁମାର ସାହୁ, ଅମର କୁମାର ସାହୁ, ଚୌଧୁରୀ ସୁକୁମାର ଦାସଙ୍କୁ ଭେଟି ଏହି ମନ୍ଦିରର ସମସ୍ୟା ଉପରେ ଆଲୋଚନା କରିଥିଲେ । ଶ୍ରୀ ବେହେରା ପ୍ରତିଶୃତି ଦେଇଥିଲେ ଯେ ଯଥାଶୀଘ୍ର ଏହାର ପୁନରୁଦ୍ଧାର ପାଇଁ ସମସ୍ତ ପ୍ରକାର ସାହାଯ୍ୟ କରିବେ । ମନ୍ଦିରର ଅବସ୍ଥା ଦେଖି ଶ୍ରୀ ବେହେରା ସଙ୍ଗେ ସଙ୍ଗେ ଏହାର ପୁୁନର୍ଗଠନ ପାଇଁ ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀଙ୍କ ନିକଟକୁ ଲିଖିତ ଭାବେ ଜଣାଇଛନ୍ତି । ଏଥି ସହିତ ଭୂବନେଶ୍ୱର ଯାଇ ଏଣ୍ଡାଉମେଣ୍ଟ କମିଶନରଙ୍କୁ ଭେଟି ଏ ବିଷୟରେ ଅବଗତ କରାଇଥିଲେ ଓ ତୁରନ୍ତ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ । ଶ୍ରୀ ବେହେରାଙ୍କ ସହିତ ୧୭ନଂ କାଉଁସିଲର ଉମେଶ ଚନ୍ଦ୍ର ନାୟକ, ୧୯ନଂ କାଉଁସିଲର ରମେଶ ଚନ୍ଦ୍ର ଦାସ, ବିଜେଡି ନଗର ସଭାପତି ଯଯାତି କେଶରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading