ମଣ୍ଡଳସ୍ତରୀୟ ବନ ମହୋତ୍ସବ ପାଳନ


କେନ୍ଦ୍ରାପଡା,୨୩/୮: ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ବିଦ୍ୟାଳୟସ୍ତରରେ ଗଠିତ ହୋଇଥିବା ଇକୋ କ୍ଲବମାନଙ୍କୁ ନେଇ ମଣ୍ଡଳସ୍ତରୀୟ ବନ ମହୋତ୍ସବ ନିକିରାଇସ୍ଥିତ ମହାବୀର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବିଦ୍ୟାର୍ଥୀ ଓ ଇକୋ କ୍ଲବ ଦାୟୀତ୍ୱରେ ଥିବା ଶିକ୍ଷକ, ଶିକ୍ଷିକା, ଇକୋ କ୍ଲବ ଜିଲ୍ଲା ସଂଯୋଜକ, ବ୍ଲକ ସଂଯୋଜକ ଓ ଜଙ୍ଗଲ ବିଭାଗର ଅଧିକାରୀମନେ ରାଲି କରି ପରିବେଶ ସଚେତନତାର ବାର୍ତ୍ତା “ଗଛ-ଗଛ-ଗଛ, ଆଉ ସବୁ ପଛ” ସହିତ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯିବା ପରେ ବିଭିନ୍ନ ବିଦ୍ୟଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ସମ୍ବନ୍ଧୀୟ ତର୍କ, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା କରାଯାଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ତର୍କ ପ୍ରତିଯୋଗିତାରେ ନିକିରାଇ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସ୍ଥିତିପ୍ରଜ୍ଞା ନାୟକ ପ୍ର୍ରଥମ ସ୍ଥାନ, ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟର ନାରାୟଣ ବେହେରା ଦ୍ୱିତୀୟ ସ୍ଥାନ, ବଜ୍ରମହାକାଳୀ ସାନମାଣତିଆ ପଞ୍ଚାୟତ ହାଇସ୍କୁଲର ରୋହିତ ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୁଇଜ ପ୍ରତିଯୋଗିତାରେ ନିକିରାଇ ମହାବୀର ସରକାରୀ ଉଚ୍ଚ ବିଦ୍ୟାଳୟର ଅରୂପ ରଞ୍ଜନ ସାହୁ ପ୍ରଥମ, ନିକିରାଇ ବାଳିକା ଉଚ୍ଚ ବିଦ୍ୟାଳୟର ଜଗଧାତ୍ରୀ ଶତପଥୀ ଦ୍ୱିତୀୟ, ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଡିମ୍ପଲ ରଣା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିଭଳି ଚିତ୍ରାଙ୍କନ ପ୍ରତିଯୋଗିତାରେ ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଭାଗ୍ୟଲକ୍ଷ୍ମୀ ସେଠୀ ପ୍ରଥମ, ନିକିରାଇ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରିୟାଶିନୀ ଜେନା ଦ୍ୱିତୀୟ, ବଜ୍ରମହାକାଳୀ ସାନମାଣତିଆ ପଞ୍ଚାୟତ ହାଇସ୍କୁଲର ଲିପ୍ସାରାଣୀ ସୂତାର ତୃତୀୟ ସ୍ଥାନ ଅଧିକାର କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ଇକୋ କ୍ଲବ ଜିଲ୍ଲା ସଂଯୋଜକ ଗୋପିନାଥ ଦାଶ, ରାଜ୍ୟ ଓଷ୍ଟା ସମ୍ପାଦକ ଶିକ୍ଷକ ନେତା ପ୍ରଣବ କୁମାର ଜେନା, ବ୍ଲକ ସଂଯୋଜକ ପ୍ରଫୁଲ୍ଲ କୁମାର ମହାପାତ୍ର, ଦ୍ୱାରିକାନାଥ ସେନାପତି, ରବିନ୍ଦ୍ର କୁମାର ଜେନା, ବନ ବିଭାଗ ଅଧିକାରୀ ରୋଜାଲିନ ଦାସ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସବୁଜ ପୃଥିବୀ ଗଠନ କରିବା ପାଇଁ ଜୀବନରେ ଅନ୍ତତଃ ଦୁଇଟି ବୃକ୍ଷ ଲଗାଇବା ସହ ତା’ର ସୁରକ୍ଷା ଦେବା ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ପ୍ରକୃତି ବଞ୍ôଚଲେ ଆମ୍ଭେ ବଞ୍ଚିବା, ଏହି ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା ସହ ବିଶ୍ୱତାପନ ନିୟନ୍ତ୍ରଣ, ପରିବେଶ ସନ୍ତୁଳନ, ଜଳ ସଙ୍କଟ ଦୂରୀକରଣ ସହ ମୃତ୍ତିକା ନିୟନ୍ତ୍ରଣ ପାଇଁ ନିଜ ନିଜ ବାଡି ବଗିଚା, ଗ୍ରାମ୍ୟ ବିଦ୍ୟାଳୟ, ମନ୍ଦିର ଓ ଶ୍ମଶାନ ଭୂମିରେ ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ନିର୍ଝରଣୀ ପଣ୍ଡା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅନିନ୍ଧିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ମହାବୀର ସରକାରୀ ଉଚ୍ଚ ବିଦ୍ୟାଳୟର ଇକୋ କ୍ଲବ ଦାୟୀତ୍ୱରେ ଥିବା ଶିକ୍ଷିକା ପ୍ରଭାବତୀ ପଣ୍ଡା, କବିତା ସାହୁ, ଚାନ୍ଦିନୀ ଷଣ୍ଢ, ପ୍ରମିଳା ଖୁଣ୍ଟିଆ, ଲିଜାରାଣୀ ମଳିକ, ଜୟନ୍ତ ମଳିକ, ଦୀପକ ସାହୁ, ଦାମୋଦର ସାହୁ, ଦୀପକ କୁମାର ରାଉତ, ଗିରିଶ ଚନ୍ଦ୍ର ଜେନା, ସ୍ନେହ ମଞ୍ଜରୀ ସାମଲ ପ୍ରମୁଖ ଶିକ୍ଷକ/ଶିକ୍ଷିକା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading