ନଦୀକୁ ପ୍ରେମୀ ଯୁଗଳ ଡେଇଁବା ଘଟଣା : ପ୍ରେମିକାର ମୃତଦେହ ଉଦ୍ଧାର, ପ୍ରେମିକ ଗିରଫ



କେନ୍ଦ୍ରାପଡ଼ା,୨୩ା୮: ଦାନପୁର ଲୁଣା ନଦୀ ପୋଲରୁ ନଦୀକୁ ଡେଇଁଥିବା ପ୍ରେମୀ ଯୁଗଳଙ୍କ ମଧ୍ୟରୁ ପ୍ରେମିକ ଚିକୁନା ମଳିକ ଜୀବନ୍ତ ଉଦ୍ଧାର ହୋଇଥିବା ବେଳେ ପ୍ରେମିକା ମୃତଦେହ ଗୁରୁବାର ବସପୁର ପଞ୍ଚାୟତର ଆରିପଦା ସ୍ଥିତ ଲୁଣା ନଦୀରୁ ଉଦ୍ଧାର କରାଯାଇଛି। ଅପରପକ୍ଷରେ ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ଚିକୁନା ନଦୀକୁ ଠେଲି ଦେବାରୁ ତା’ର ମୃତ୍ୟୁ ଘଟିଛି। ଯୁବତୀଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତିକରି ପ୍ରେମିକ ଚିକୁନାକୁ ପୋଲିସ ଗିରଫ କରିଛି। ସୂଚନା ଥାଉକି ଗତ ବୁଧବାର ସନ୍ଧ୍ୟାରେ ଉଭୟ ଦାନପୁର ସ୍ଥିତ ଲୁଣା ନଦୀକୁ ଡେଇଁଥିଲେ। ହେଲେ ପ୍ରେମୀକକୁ ଜୀବନ୍ତ ଉଦ୍ଧାର କରାଯାଇଥିଲା ବେଳେ ପ୍ରେମିକା ନଦୀରେ ନିଖୋଜ ଥିଲେ।


Discover more from

Subscribe now to keep reading and get access to the full archive.

Continue reading