କେନ୍ଦ୍ରାପଡା,୨୪/୮: କେନ୍ଦ୍ରାପଡା ସହରର ଗଣାମାହାଲ ସ୍ଥିତ ୧୨୭୬ ସନ୍ରେ ତିଆରି କରାଯାଇଥିବା ମନ୍ଦିର ଶ୍ରୀ ଶ୍ରୀ ବିନୋଦବିହାରୀ ମନ୍ଦିରକୁ ଆଜି ସାଂସଦ ବୈଜୟନ୍ତ ପଣ୍ଡା ପରିଦର୍ଶନରେ ଆସି ସବିଶେଷ ଆଲୋଚନା କରିଥିଲେ । ସୂଚନା ଯୋଗ୍ୟ ଯେ ଗତ ୧୯ ତାରିଖରେ ବଜ୍ରାଘାତରେ ଆକସ୍ମିକ ଭାବେ ଦଧିନଉତି ଓ ବିଭିନ୍ନ ସ୍ଥାନରୁ ପଥର ଭାଙ୍ଗି ଖସିପଡିଥିଲା । ବର୍ତ୍ତମାନ ଦଧିନଉତିର ପଥର ଗୁଡିକ ବିପଦ ଶକୁଳ ଅବସ୍ଥାରେ ଅଛି । କୌଣସି ସମୟରେ ଏହା ପଡିଯିବାର ସମ୍ଭାବନା ଅଛି । ଏହି ଘଟଣା ଶୁଣିବା ପରେ ସାଂସଦ ଶ୍ରୀ ପଣ୍ଡା ବର୍ଷା ସତ୍ୱେ ମନ୍ଦିରକୁ ଦେଖିବାକୁ ଆସିଥିଲେ । ଏହା ଦେଖି ସେ ସଙ୍ଗେ ସଙ୍ଗେ ଏଣ୍ଡାମେଣ୍ଟ କମିଶନରଙ୍କ ସହିତ କଥା ହୋଇଥିଲେ । ସେ ପ୍ରତିଶୃତି ଦେଇଥିଲେ ଯେ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ଏହାର ମରାମତି କାର୍ଯ୍ୟ ଖୁବଶୀଘ୍ର କରିବାକୁ ଚେଷ୍ଟା କରିବେ । ସାଂସଦ ଶ୍ରୀ ପଣ୍ଡା ଶ୍ରୀ ଶ୍ରୀ ବିନୋଦ ବିହାରୀ ଜୀୟୁ, ଗୋପିନାଥ ଜୀୟୁ ଓ ବାଲାବାବା ମନ୍ଦିରର ଟ୍ରଷ୍ଟ ବୋର୍ଡର ସଦସ୍ୟ ଉମାକାନ୍ତ ସିଂ, ଜୟନ୍ତ କୁମାର ସାହୁ, ଅମର କୁମାର ସାହୁ, ଚୌଧୁରୀ ସୁକୁମାର ଦାସ, ବସନ୍ତ କୁମାର ସାହୁ, ଅକ୍ଷୟପ୍ରିୟ ଦାସ, ହୃଷିକେଶ ସାହୁ, କାହ୍ନୁଚରଣ ସାହୁଙ୍କୁ ଭେଟି ଏହି ମନ୍ଦିରର ସମସ୍ୟା ଉପରେ ଆଲୋଚନା କରିଥିଲେ । ପରିଦର୍ଶନ ସମୟରେ ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ବିଜେପି ବିଧାୟକ ପ୍ରାର୍ଥୀନୀ ଗିତାଞ୍ଜଳି ସେଠୀ, ବିଜେପି ରଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଉପିନ ରାଉତ ଓ ଅମିତାଭ ସୁଆର, ନଗର ସଭାପତି ପ୍ରଭାତ ମହାନ୍ତି, ନାରାୟଣ ସିଂ, ରାଜେନ୍ଦ୍ର ପତି ପ୍ରମୁଖ ଉପସ୍ଥିତ ଥିଲେ ।
kanikanews.in
Next Post
ଶିବାନନ୍ଦ ଆଶ୍ରମରେ ସ୍ୱାସ୍ଥ୍ୟସେବା ଶିବିର
Sun Aug 25 , 2024
କେନ୍ଦ୍ରାପଡ଼ା, ୨୪ା୮: କେନ୍ଦ୍ରାପଡା ଶିବାନନ୍ଦ ଆଶ୍ରମ ଆନୁକୂଲ୍ୟରେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗଇଦୁଆସ୍ଥିତ ଶିବାନନ୍ଦ ଚିକିତ୍ସାଳୟରେ ଏକ ଦାତବ୍ୟ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଦିବଗଂତ ବ୍ୟାସଦେବ ଯୋଶୀଙ୍କ ସ୍ମୃତି ଉଦେଶ୍ୟରେ ଆୟୋଜିତ ଏହି ଦାତବ୍ୟ ସ୍ୱାସ୍ଥ୍ୟସେବା ଶିବିରକୁ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ। ସ୍ତ୍ରୀରୋଗ ବିଶେଷଜ୍ଞ ଡା. ସରୋଜିନୀ ଯୋଶୀଙ୍କ ତତ୍ୱାବଧାନରେ ଆପୋଲୋ ହସପିଟାଲ ଓ ବ୍ଲୁ ହୁଇଲ […]

You May Like
- 2 months ago
ହରା ଭାରତ ପକ୍ଷରୁ ଚାରା ବଂଟନ କାର୍ଯ୍ୟକ୍ରମ
- 11 months ago
ମହିୟସୀ ରୁକ୍ମଣୀ ଦେବୀଙ୍କ ନିରଳସ ସେବା ଅବିସ୍ମରଣୀୟ
- 8 months ago
କଂସାର-ସାହାସପୁର ହାଇସ୍କୁଲର ହୀରକ ଜୟନ୍ତୀ ଉଦଘାଟିତ