ମା’ଦକ୍ଷୀଣ କାଳୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର ୫୧ୟୁନିଟ ରକ୍ତ ସଂଗୃହିତ



କେନ୍ଦ୍ରାପଡା,୨୫ା୮ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମରେ ଅବସ୍ଥିତ ମା’ ଦକ୍ଷୀଣକାଳୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ମା’ଙ୍କ ମନ୍ଦିର ସନ୍ନିକଟରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରେଡକ୍ରସ ରକ୍ତଭଣ୍ଡାରର କର୍ମଚାରୀମାନଙ୍କ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ୫୧ୟୁନିଟ ରକ୍ତ ସଂଗୃହିତ ହୋଇଛି। ଏହି ଶିବିରକୁ ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ମଲିକ, ଶକ୍ତି ପ୍ରସାଦ ମହାନ୍ତି, ଟ୍ରଷ୍ଟର ସଭାପତି ଯୁଗୋଳ କିଶୋର ଦାସ, ସମ୍ପାଦକ ପ୍ରବୋଧ କୁମାର ଦାସ, ଅଲେଖ ପ୍ରସାଦ ଦାସ, ଶୁଭଙ୍କର ମହାନ୍ତି, ଶିବାନୀଶଙ୍କର ନାୟକ, ଅଧିକାରୀ ସ୍ୱାଗତରଞ୍ଜନ ଦାଶ, ପ୍ରଶାନ୍ତ ରାଉତ, ଶିବପ୍ରସାଦ ଦାସ, ବିମଳାକାନ୍ତ ଚୈାଧୁରୀ, ଅରବିନ୍ଦ ମହାନ୍ତି, ସୈାଭାଗ୍ୟରଞ୍ଜନ ଦାସ ପ୍ରମୁଖ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସଶ୍ମିତା ପଣ୍ଡା ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।


Next Post

ଉଦଯୋଗ ଓ ପରିଶ୍ରମ କଲେ ଲକ୍ଷ ପତି ରୁ କୋଟିପତି ଦିଦି ବନି ପାରିବେ : ପଟ୍ଟାମୁଣ୍ଡାଇ ବ୍ଲକରେ ଲକ୍ଷପତି ଦିଦିଙ୍କୁ ମାନପତ୍ର ପ୍ରଦାନ ଉତ୍ସବ

Mon Aug 26 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ରବିବାର ୩୧ଟି ପଂଚାୟତରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଯେଉଁ ସଦସ୍ୟାମାନେ ପଂଚାୟତ ଫେଡେରେସନ, ଓ ବ୍ୟାଙ୍କମାନଙ୍କରୁ ଋଣ ନେଇ ସଠିକ ସମୟରେ ପରିଶୋଧ କରିବା ସହ ଏକ ଲକ୍ଷ ଟଙ୍କାରୁ ଅଧିକ ଆୟ କରିଛନ୍ତି ସେମାନଙ୍କୁ ଲକ୍ଷପତି ଦିଦି ଭାବରେ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି । ଓଡିଶା ଜୀବିକା ମିଶନର ପଟ୍ଟାମୁଣ୍ଡାଇ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜେର […]

You May Like