ଦଧିବାମନଜୀଉ ସଂସ୍କୃତ ମହାବିଦ୍ୟାଳୟରେ ସ୍ୱାଗତ ଉତ୍ସବ


କେନ୍ଦ୍ରାପଡ଼ା,୨୯ା୮: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଚଉଦକୁଲାଟ ତମାଳଶାସନସ୍ଥିତ ଦଧିବାମନଜୀଉ ସଂସ୍କୃତ ମହାବିଦ୍ୟାଳୟରେ ନୂତନ ଶିକ୍ଷାବର୍ଷର ନବାଗତ ଯୁକ୍ତଦୁଇ ଓ ଯୁକ୍ତତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇବାକୁ ମହାବିଦ୍ୟାଳୟ ପରିସରରେ ଏକ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ରାମନାରାୟଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱାଗତ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପରେଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚଶିକ୍ଷା ଗ୍ରହଣ କରିବା ଅର୍ଥ ନୁହେଁ ଯେ ସରକାରୀ ଚାକିରୀ କରିବା । ଉତ୍ତମ ଜୀବନ ଗଠନ ଓ ସାମାଜିକ ଦାୟିତ୍ୱବୋଧ ଉଚ୍ଚଶିକ୍ଷା ପ୍ରାପ୍ତିର ଲକ୍ଷ୍ୟ ହେବା ଉଚିତ୍ ବୋଲି ସେ ପରାମର୍ଶ ଦେଇଥିଲେ । ଭଲ ମଣିଷ ହୋଇ ଏକ ସୁସ୍ଥ ସମାଜ ଗଠନ ପାଇଁ କିଛି ସମୟ ଦେବା ପାଇଁ ତାଙ୍କ ବକ୍ତବ୍ୟରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଚନ୍ଦନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ସୁପ୍ରଭା ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପିତାମାତାଙ୍କ ଇଚ୍ଛା ପୂରଣ ପାଇଁ ଛାତ୍ରଛାତ୍ରୀମାନେ ଏବେଠାରୁ କଠୋର ପରିଶ୍ରମ କରି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ôଚବା ଉଚିତ୍ । ଶୃଙ୍ଖଳିତ ଜୀବନ ହିଁ ଶିକ୍ଷାର ମୌଳିକ ଉପାଦାନ । ଆଜିର ଦିବସ ମହାବିଦ୍ୟାଳୟର ସର୍ବାଧିକ ଗୌରବର ଦିବସ। ଆମେ ସ୍ୱାଗତ କରୁ କିନ୍ତୁ ବିଦାୟ ଦେଇ ନଥାଉ ବୋଲି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ । ଅଧ୍ୟାପକ ବାସୁଦେବ ମିଶ୍ର ବେଦପାଠ କରିବା ସହିତ ସଂସ୍କୃତରେ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ପ୍ରମୋଦ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପକ ବିକ୍ରମ କେଶରୀ ରାଉତ, ସୁଧୀର କୁମାର ପାତ୍ର, ଲିପିକା କ୍ଷୀରୋଧ ପ୍ରଧାନ, ବିଶ୍ୱନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟର ୨୧ଟି ବିଶ୍ୱବିଦ୍ୟାଳୟରେ ଉକ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ‘ଭକ୍ତ ଦାଶିଆ’ ନାଟକ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା କଳାକାର ଏହି ନାଟକର ଝଲକ୍ ପରିବେଷଣ କରିଥିଲେ । ପୁରାତନ ଛାତ୍ରମାନେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଓ ଡଟ୍ ପେନ ଦେଇ ସ୍ୱାଗତ କରିଥିଲେ ।

 

 


Next Post

ବଗଡା ହାଇସ୍କୁଲରେ ଜାତୀୟ କ୍ରୀଡା ଦିବସ ପାଳିତ

Thu Aug 29 , 2024
କେନ୍ଦ୍ରାପଡ଼ା, ୨୯ା୮ : ଜାତୀୟ କ୍ରୀଡା ଦିବସ ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାୟତର ସିଦ୍ଧ ମରିଚାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରତିଯୋଗିତା କ୍ରୀଡା ଶିକ୍ଷକ ଉମାକାନ୍ତ କରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ପ୍ରଧାନ ଶିକ୍ଷକ ଅମୁଲ୍ୟ କୁମାର ନାୟକ ସଭାପତିତ୍ୱ କରି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସର୍ବପ୍ରଥମେ ସ୍କୁଲର ଜାତୀୟ ସ୍ତରର […]

You May Like