କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ସ୍ଥିତ ପଦ୍ମଲୋଚନ ବିଦ୍ୟାପୀଠରେ ଆବଶ୍ୟକୀୟ ଶିକ୍ଷକ ନଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଯିବାକୁ ବିରୋଧ କରି ଶନିବାର ଅଭିଭାବକ, ଗ୍ରାମବାସୀ ଓ୍ର ଛାତ୍ରୀଛାତ୍ରୀମାନେ ସ୍କୁଲ ଗେଟରେ ତାଲା ପାକାଇବା ସହ ଧାରଣାରେ ବସିଥିବା ଜଣାପଡ଼ିଛି । ସୂଚନା ମୁତାବକ ଚନ୍ଦନନଗର ପଂଚାୟତର ପଦ୍ମଲୋଚନ ବିଦ୍ୟାପୀଠରେ ଆଖପାଖ ପଞ୍ଚାୟତରୁ ପାଖାପାଖି ୫ ଶହରୁ ଅଧିକ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି […]
Day: 1 September 2024
ମଣିଷ ପ୍ରତି ମୁହୁର୍ତ୍ତରେ ପ୍ରକୃତି ଓ ପରିବେଶକୁ କ୍ଷତାକ୍ତ କରିଚାଲିଛି । ସୃଷ୍ଟିର ସର୍ବ ଶ୍ରେଷ୍ଠ ଜୀବ ଭାବେ ମଣିଷ ନିଜକୁ ପରିଚିତ କରାଉଥିବା ବେଳେ ତା’ର ସ୍ୱାର୍ଥପରତା ଯୋଗୁ ସମୁଦାୟ ଜୀବଜଗତ ଦିନେ ଲୋପ ପାଇବ । ବୃକ୍ଷହିଁ ପରିବେଶର ମୁଖ୍ୟ ସମ୍ପଦ, ଏହି ବୃକ୍ଷ ଦ୍ୱାରା ଆସନ୍ନ ବନ୍ୟା, ବାତ୍ୟାକୁ ପ୍ରତିହତ କରିବା ସମ୍ଭବ ହୋଇ ପାରିବ ବୋଲି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ସାନମାଣତିଆ ପଞ୍ଚାୟତସ୍ଥିତ ବଜ୍ର […]
କେନ୍ଦ୍ରାପଡ଼ା,୧ା୯: ଅଷ୍ଟ୍ରେଲିଆ ଓ ଭାରତର ସମ୍ପର୍କ ସୃଦୃଢ଼ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ପୁଅ। ଗରଦପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମର ପ୍ରଫେସର କମଳାକାନ୍ତ ଦାଶଙ୍କୁ ମେଲବର୍ଣ୍ଣ ସ୍ଥିତ ଭିକ୍ଟୋରିଆ ରାଜ୍ୟ ସଂସଦରେ ସମ୍ମାନିତ କରାଯାଇଛି। ସେ ହେଉଛନ୍ତି ଅନାମ ଚରଣ ଦାଶ ଓ ମନୋରମା ଦାଶଙ୍କ ଜ୍ୟେଷ୍ଠ ପୁତ୍ର। ପ୍ରଫେସର ଦାଶ ଭାରତ ଓ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସଂପର୍କ ସୃଦୃଢ଼ ନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା […]
କେନ୍ଦ୍ରାପଡ଼ା, ୧ା୯: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା କମିଟି ବୈଠକ ଗୋପ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଉତ୍ପନ୍ନ ସାମାଜିକ, ରାଜନୈତିକ ଏବଂ ସାଧାରଣ ମଣିଷଙ୍କ ଜୀବନ ଧାରଣ ଅବସ୍ଥା ଉପରେ ପଡିଥିବା କୁ ପ୍ରଭାବ ଉପରେ ଆଲୋଚନା କରାଯାଇ ଏଥିରେ ଉଦବେଗ ପ୍ରକାଶ କରାଯିବା ସହ ସରକାର ତୁରନ୍ତ ଏହାର ସମାଧାନ କରିବା ନିମନ୍ତେ ଦାବି କରାଯାଇଥିଲା। ବିଶେଷ କରି ବଙ୍ଗଳାଦେଶରେ ନିକଟରେ ସୃଷ୍ଟି […]
କେନ୍ଦ୍ରାପଡା,୧/୯: କେନ୍ଦ୍ରାପଡ଼ା ଜିଲ୍ଲା ଉପକଣ୍ଠ ଗୁଲନଗର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କେନ୍ଦ୍ରାପଡ଼ା ଶାଖାର ସଭାପତି ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପଞ୍ଚଦଶ ସଂସ୍କୃତ ଦିବସ ସମାରୋହ ପାଳିତ ହୋଇଯାଇଛି। ପଣ୍ଡିତ କାଳୀପ୍ରସନ୍ନ ଶତପଥୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାରୋହକୁ ଉଦ୍ଘାଟନ କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ୍ ମୁଖ୍ୟ ଅତିଥି, ପଣ୍ଡିତ ନୃସିହ ଚରଣ ପଣ୍ଡା ମୁଖ୍ୟବକ୍ତା, ସମ୍ମାନିତ ଅତିଥି […]
ପଟ୍ଟାମୁଣ୍ଡାଇ ୧/୯-ପଟ୍ଟାମୁଣ୍ଡାଇ ନଗର ବିଜୁ ଯୁବଛାତ୍ରଜନତାଦଳ ପକ୍ଷରୁ ସ୍ଥାନୀୟ ଡିଭାଇନ ପ୍ୟାଲେସ ଠାରେ ଏକ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ନଗର ଯୁବବିଜେଡି ସଭାପତି ଅଶୋକ ଧଳଙ୍କ ପୌରହିତ୍ୟରେ ଆୟୋଜିତ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଗଠିତ ବିଜୁ ଜନତା ଦଳ, ବିଜୁ ଯୁବଜନତା ଦଳ, […]










