
ପଟ୍ଟାମୁଣ୍ଡାଇ ୧/୯-ପଟ୍ଟାମୁଣ୍ଡାଇ ନଗର ବିଜୁ ଯୁବଛାତ୍ରଜନତାଦଳ ପକ୍ଷରୁ ସ୍ଥାନୀୟ ଡିଭାଇନ ପ୍ୟାଲେସ ଠାରେ ଏକ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ନଗର ଯୁବବିଜେଡି ସଭାପତି ଅଶୋକ ଧଳଙ୍କ ପୌରହିତ୍ୟରେ ଆୟୋଜିତ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଗଠିତ ବିଜୁ ଜନତା ଦଳ, ବିଜୁ ଯୁବଜନତା ଦଳ, ବିଜୁ ଛାତ୍ର ଜନତା ଦଳ କେବଳ ଏକ ରାଜନୈତିକ ଦଳ ଓ ସଂଗଠନ ନହୋଇ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଥିବାରୁ ସମାଜ ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି । ଚତୁର୍ଥ ସ୍ତମ୍ଭ ଭାବେ ପରିଗଣିତ ଗଣମାଧ୍ୟମ ନିଜର ଦାୟିତ୍ୱ ସଠିକ ଭାବେ ତୁଲାଇଲେ ଗଣତନ୍ତ୍ର ସୁଦୃଢ ହେବ ଓ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଏହି ବନ୍ଧୁମିଳନ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ନଗର ମହିଳା ବିଜେଡି ସଭାପତି କାଉନସିଲର ଲାସ୍ୟମୟୀ ସାହୁ, ଜିଲ୍ଲା ବିଜେଡି ସାଧାରଣସମ୍ପାଦକ ଶ୍ରୀକାନ୍ତ ରାଉତ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, କାଉନସିଲର ସର୍ବଶ୍ରୀ ପ୍ରଶାନ୍ତ ବାରିକ, ପ୍ରିୟଙ୍କା ସେଠୀ, ରୀନାରାଣୀ ମଳିକ, ସୁଧାମୟ ମଳିକ, ମଧୁସ୍ମିତା ମଳିକ, ଝରଣା ବେହେରା, ସନ୍ତୋଷ ଦାସ, ନଗର ବିଜେଡି ଉପସଭାପତି ଦିଗାମ୍ବର ମିଶ୍ର, ନଗର ଛାତ୍ରବିଜେଡି ସଭାପତି ଦେବାଶିଷ ନାୟକ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇ ବିକାଶ ପାଇଁ ସମସ୍ତେ ଆଗେଇ ଆସିବାକୁ ନିବେଦନ କରିଥିଲେ । ବନ୍ଧୁମିଳନରେ ଯୋଗ ଦେଇଥିବା ପଟ୍ଟାମୁଣ୍ଡାଇ କଲେଜ କ୍ୟାମ୍ପସ ପ୍ରେସିଡେଂଟ ଅନମୋଲ ରାଉତ ଓ ସେକ୍ରେଟାରୀ ପ୍ରତାପ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନଗର ଯୁବବିଜେଡି ସଭାପତି ଅଶୋକ ଧଳ ଯୁବଛାତ୍ର ବିଜେଡି ରାଜନୈତିକ କାର୍ଯ୍ୟକ୍ରମ ସହିତ ନିଜକୁ ସାମାଜିକ ଆନ୍ଦୋଳନରେ ସାମିଲ କରିବ ଓ ଗରିବ ଅସହାୟ ଲୋକ, ରୋଗୀ ଓ ଛାତ୍ରଛାତ୍ରୀଙ୍କୁ ସହାୟତା ଯୋଗାଇବା ପାଇଁ ଟ୍ରଷ୍ଟ ଗଠନ ସହ ହେଲ୍ପଲାଇନ ଖୋଲାଯିବ ବୋଲି ଘୋଷଣା କରିଥିଲେ । ଏଇ ଅବସରରେ ପଟ୍ଟାମୁଣ୍ଡାଇ ଅଂଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଯୁବନେତା ବାବନ ସାହୁ, ଅଭିରାମ ସ୍ୱାଇଁ,ସ୍ମୃତି ରଞ୍ଜନ ପାଢ଼ୀ,ଚିତରଞ୍ଜନ ସେଠୀ,ସମରେଶ ମହାନ୍ତି,ଟୁଟୁ ମିଶ୍ର,ସୁକୁମାର ଦାସ, ଅସୀମ ମହାନ୍ତି ପ୍ରମୁଖ ପରିଚାଳନା କରିଥିବାବେଳେ ସୁବୋଧ ମଲ୍ଲିକ, ତାପସ ପ୍ରଧାନ, ସୌରଭ ନାୟକ, ଜ୍ୟୋତିପ୍ରକାଶ ସାମଲ,ଆକାଶ ଭୂୟାଁ, ଚନ୍ଦ୍ରଶେଖର ରାଉତ, ଶିବୁ ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।










