କୃଷି ସମସ୍ୟା ନେଇ ସି.ପି.ଆଇ.ର ଜିଲ୍ଲା କମିଟି ବୈଠକରେ ଉଦବେଗ



କେନ୍ଦ୍ରାପଡ଼ା, ୧ା୯: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା କମିଟି ବୈଠକ ଗୋପ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଉତ୍ପନ୍ନ ସାମାଜିକ, ରାଜନୈତିକ ଏବଂ ସାଧାରଣ ମଣିଷଙ୍କ ଜୀବନ ଧାରଣ ଅବସ୍ଥା ଉପରେ ପଡିଥିବା କୁ ପ୍ରଭାବ ଉପରେ ଆଲୋଚନା କରାଯାଇ ଏଥିରେ ଉଦବେଗ ପ୍ରକାଶ କରାଯିବା ସହ ସରକାର ତୁରନ୍ତ ଏହାର ସମାଧାନ କରିବା ନିମନ୍ତେ ଦାବି କରାଯାଇଥିଲା। ବିଶେଷ କରି ବଙ୍ଗଳାଦେଶରେ ନିକଟରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ପରେ ଜିଲ୍ଲାରେ ବୁଲା ବିକାଳୀ ମାନଙ୍କ ଉପରେ ଆକ୍ରମଣ, ଆଳୁ, ପିଆଜ ସମେତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଲଗାମହୀନ ଦରବୃଦ୍ଧି ସମେତ ଜାତୀୟ ରାଜପଥର ସମ୍ପ୍ରସାରଣ ହେତୁ ବର୍ଷାଜଳ ନିଷ୍କାସିତ ନହୋଇପାରିବା କାରଣରୁ ରାଜପଥର ଦକ୍ଷିଣ ପାଶ୍ୱର୍ରେ ଶହ ଶହ ଏକର ଧାନ ଫସଲ ନଷ୍ଟ ଓ ମହାକାଳପଡା ତହସିଲ ଅଧିନ କନ୍ଧା ଚାଷ ଜମି ଉପରେ ଚାଷୀମାନଙ୍କର ଅଧିକାର ପ୍ରଦାନ ଆଦି ଦାବି ଉପରେ ଆଲୋଚନା କରାଯାଇଥିଲା। ଏହିସବୁ ସମସ୍ୟାର ସମାଧାନ ନିମନ୍ତେ ଆସନ୍ତା ୧୩ତାରିଖରେ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇ ସରକାରଙ୍କ ଠାରେ ଦାବି କରାଯିବ ବୋଲି ସଭାରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟଙ୍କ ସମେତ ମାର୍ଶାଘାଇ ଜୋନ୍ ସମ୍ପାଦକ ବିକାଶ ଚନ୍ଦ୍ର ବେଉରା, କେନ୍ଦ୍ରାପଡା ଜୋନ ସମ୍ପାଦକ ନିରଞ୍ଜନ ଦାସ, କୃଷକ ନେତା ପ୍ରଶାନ୍ତ ଚୈାଧୁରୀ, କୈଳାସ ଚନ୍ଦ୍ର ସାହୁ, ଶ୍ରୀଚରଣ ସାମଲ, ହରେକୃଷ୍ଣ ମାଝି, ଧିରେନ୍ଦ୍ର ସାମଲ, ସୀତାକାନ୍ତ ନାୟକ, ରମେଶ ଚନ୍ଦ୍ର ନାୟକ, ଭଜହରି ପ୍ରଧାନ, ଅକ୍ଷୟ ମଲ୍ଲିକ ପ୍ରମୁଖ ନେତୃବୃନ୍ଦ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading