
ମଣିଷ ପ୍ରତି ମୁହୁର୍ତ୍ତରେ ପ୍ରକୃତି ଓ ପରିବେଶକୁ କ୍ଷତାକ୍ତ କରିଚାଲିଛି । ସୃଷ୍ଟିର ସର୍ବ ଶ୍ରେଷ୍ଠ ଜୀବ ଭାବେ ମଣିଷ ନିଜକୁ ପରିଚିତ କରାଉଥିବା ବେଳେ ତା’ର ସ୍ୱାର୍ଥପରତା ଯୋଗୁ ସମୁଦାୟ ଜୀବଜଗତ ଦିନେ ଲୋପ ପାଇବ । ବୃକ୍ଷହିଁ ପରିବେଶର ମୁଖ୍ୟ ସମ୍ପଦ, ଏହି ବୃକ୍ଷ ଦ୍ୱାରା ଆସନ୍ନ ବନ୍ୟା, ବାତ୍ୟାକୁ ପ୍ରତିହତ କରିବା ସମ୍ଭବ ହୋଇ ପାରିବ ବୋଲି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ସାନମାଣତିଆ ପଞ୍ଚାୟତସ୍ଥିତ ବଜ୍ର ମହାକାଳୀ ପଞ୍ଚାୟତ ହାଇସ୍କୁଲଠାରେ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ପରିବେଶବିତ୍ ମାନେ ମତ ପ୍ରକାଶ କରିଥିଲେ ।
ସାହିତ୍ୟ ଘର ଇନ୍ଦୁପୁର ଶାଖା ଓ ଉଚ୍ଚ ବିଦ୍ୟାଳୟର ଇକୋ କ୍ଲବ୍ ମିଳିତ ଆନୁକୂଲ୍ୟରେ ସାନମାଣତିଆ ବଜ୍ର ମହାକାଳୀ ପଞ୍ଚାୟତ ହାଇସ୍କୁଲଠାରେ ବିଦ୍ୟାଳୟର ସଭାପତି ଗଣେଶ୍ୱର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ସମ୍ବାଦର ସାମ୍ବାଦିକ ତଥା ସାହିତ୍ୟ ଘର ଇନ୍ଦୁପୁରର ସଂଯୋଜକ ଦିଲ୍ଲୀପ କୁମାର ଶତପଥି, ମହାକାଳପଡା ବିକାଶ ମଞ୍ଚ ସଭାପତି ପରିବେଶବିତ୍ କାଶୀନାଥ ରାଉତରାୟ, ଅବସରପ୍ରାପ୍ତ ବ୍ୟାଙ୍କ୍ ମ୍ୟାନେଜର ବାନାମ୍ବର ସେଠୀ, ସାମାଜିକ କର୍ମୀ ଅଭିମନ୍ୟୁ ରାଉତ, ପରିବେଶବିତ୍ ବେଣୁଧର ନାୟକ, ରୁଦ୍ର ପ୍ରସାଦ ସାହୁ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱତାପନରୁ ମୁକ୍ତ ପାଇଁ ଅଧିକ ପରିମାଣରେ ବୃକ୍ଷରୋପଣ କରି ସବୁଜ ପୃଥିବୀ ଗଠନ କରିବ । ବୃକ୍ଷ ଉତ୍ତାପକୁ ନିୟନ୍ତ୍ରଣ କରିବା ଦ୍ୱାରା ମାନବ ସମାଜ ସ୍ଥିତି ସମ୍ଭବ ହୋଇ ପାରିଛି । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ପାହାଡ ପର୍ବତ ଓ ପରିବେଶର ସୁରକ୍ଷା ସହ ଚାରା ରୋପଣ ତଥା ସେହି ବୃକ୍ଷକୁ ବଞ୍ଚାଇ ରଖିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି । ବନ ବଞ୍ଚତ୍ଲେ ଜନେ ବଞ୍ଚତ୍ୱେ । ଏଥିପାଇଁ ବିଭିନ୍ନ ପର୍ବପର୍ବାଣୀରେ ଆମ୍ବ ଡାଳ,ପତ୍ର ଓ ଅଡୁଙ୍ଗା ଗଛ ବ୍ୟବହାର ନ କରିବାକୁ ସେ ଅନୁରୋଧ କରିଛନ୍ତି । ଘରେ ହେଉ କି ଶିକ୍ଷାନୁଷ୍ଠାନରେ ସରସ୍ୱତୀ ଓ ଗଣେଶ ପୂଜାରେ ଆମ୍ବଗଛର ଡାଳପତ୍ର ଓ ଅଡୁଙ୍ଗା ଗଛରେ ତୋରଣ ନିର୍ମାଣ କରାଯାଇଥାଏ । ହେଲେ ପୂଜା ସରିବା ପରେ ସେହି ଡାଳପତ୍ର କୌଣସି କାମରେ ଲାଗେ ନାହିଁ । ତାହା ରାସ୍ତା କଡ଼ରେ ପଡି ନଷ୍ଟ ହୁଏ । ସେଥିପାଇଁ ଏପରି ବୃକ୍ଷ ଲତାକୁ ନଷ୍ଟ ନ କରିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଇକୋ କ୍ଲବ୍ ଦାୟିତ୍ୱରେ ଥିବା ବିଜ୍ଞାନ ଶିକ୍ଷକ ତଥା ଶିକ୍ଷକ ନେତା ପ୍ରଣବ କୁମାର ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ସଭାରେ ସ୍ୱେଚ୍ଛାସେବୀ ସଂଗଠନ ପ୍ରୟାସ ଓ ମହାକାଳପଡା ମଞ୍ଚ ତରଫରୁ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସଭା ସମାପ୍ତ ପରେ ଅତିଥିମାନଙ୍କ ସହିତ ଇକୋ କ୍ଲବର ଛାତ୍ରଛାତ୍ରୀମାନେ ଘାଗରାଠାରୁ ଜରିଆବାଡ ପର୍ଯ୍ୟନ୍ତ ନଦୀ ବନ୍ଧର ଉଭୟ ପାଶ୍ୱର୍ରେ ୧୦୦୦ରୁ ଉର୍ଦ୍ଧ୍ୱ ତାଳ ଟାକୁଆ ରୋପଣ କରିଥିଲେ । ଏଥି ସହିତ ଆକାଶୀ, ଇଉକାଲି ପଟାସ୍ ପ୍ରଭୃତି ବିଭିନ୍ନ ଚାରା ରୋପଣ କରି ଲୋକମାନଙ୍କୁ ପରିବେଶ ସଚେତନତା ପାଇଁ ଗଛ-ଗଛ-ଗଛ, ଆଉ ସବୁ ପଛ, ଗୋଟିଏ ଗଛ- ଗୋଟିଏ ଜୀବନ ଇତ୍ୟାଦି ସ୍ଲୋଗାନ ଦେଇ ସେଚେତନତାର ବାର୍ତ୍ତା ବାଣ୍ଟିଥିଲେ । ଶେଷରେ ଉଚ୍ଚ ପ୍ରଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।










