ସମୁଦ୍ରରେ ଭାସି ଆସିଲା କଣ୍ଟେନର , ଲୋକେ ବୋହିନେଲ ଖାଦ୍ୟ ସାମଗ୍ରୀ


ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ ଦଙ୍ଗା ପରେ ଅନୁପ୍ରବେଶ ଆଶଙ୍କାରେ ଓଡ଼ିଶା ଉପକୂଳବର୍ତୀ ଅଂଚଳ ଗୁଡ଼ିକରେ ପୋଲିସ ପକ୍ଷରୁ କଡ଼ା ନିରାପତା ବ୍ୟବସ୍ଥା ଗ୍ରହଣ କରାଯାଇ ସମୁଦ୍ର ପଥରେ ଭାରତ ସରକାରଙ୍କ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । ଏହାରି ମଧ୍ୟରେ କେନ୍ଦ୍ରାପଡା ଜିଲା ରାଜନଗର ସାତଭାୟା ସମୁଦ୍ରରେ ଦୁଇଟି କଂଟେନର୍ ଭାସି ଆସିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସ୍ଥାନୀୟ ଲୋକ କଂଟେନରକୁ ଦେଖି  କୂଳକୁ ଆଣିଥିଲେ। ପରେ ସେଥିରେ ଖାଦ୍ୟ ସାମଗ୍ରୀ ସହ ଶାଢ଼ୀ,ପ୍ୟାଂଟ ସାର୍ଟ, ଚପଲ, କପ୍‌, ପ୍ଲେଟ୍ ଆଦି ବିଭିନ୍ନ ସାମଗ୍ରୀ ଦେଖି ସ୍ଥାନୀୟ ଲୋକେ ବୋହି ନେଇଥିବା ଜଣାପଡିଛି । କିନ୍ତୁ ଏହି କଂଟନର କେଉଁଠାରୁ ଆସିଲା ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିବା ବେଳେ ସ୍ଥାନୀୟ ପ୍ରଶାସନ ଅନୁଧ୍ୟାନ ଆରମ୍ଭ କରିଛି। କଂଟେନରରେ ଆଇଟିଟି ଲାଇନ୍ସ ପ୍ରାଇଭେଟ ଲିମିଟେଡ୍ ଲେଖା ରହିଛି । ଏହା ଏକ ଭାରତୀୟ କମ୍ପାନୀ ହୋଇଥିବା ବେଳେ ସମୁଦ୍ର ପଥରେ ପରିବହନ କାରବାରରେ ସମ୍ପୃକ୍ତ ରହିଥିବା ବେଳେ ଏହି କଂଟେନର ଦୁଇଟି କେଉଁ ଅଂଚଳରୁ ଭାସି ଆସି ଏହା କୂଳରେ ଲାଗିଛି । ତାହା ସ୍ପଷ୍ଟ ହୋଇ ନାହିଁ ।


Next Post

ଗୋଷ୍ଠିକେନ୍ଦ୍ର ନିର୍ମାଣରେ ବିଳମ୍ବ ବିଡିଓଙ୍କୁ ଦାବିପତ୍ର

Mon Sep 2 , 2024
କେନ୍ଦ୍ରାପଡା ପୁରୁଣାବସଷ୍ଟାଣ୍ଡ ସ୍ଥିତ ଡାଇମଣ୍ଡ ଜୁବୁଲି ପାଠାଗାର ଉପରେ ନିର୍ମାଣଧିନ ଗୋଷ୍ଠି କେନ୍ଦ୍ରର ନିର୍ମାଣ ତୁରନ୍ତ ଶେଷ କରିବା ପାଇଁ ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ କେନ୍ଦ୍ରାପଡା ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିରେ ଉଲ୍ଲେଖ କରାଯାଇଛି ଯେ ସ୍ୱୟଂସହାୟକ ମହିଳାମାନଙ୍କର କୈାଣସି ସମସ୍ୟା ଉପୁଜିଲେ ତାହାର ସମାଧାନ ପାଇଁ ସହରରେ କୈାଣସି ସ୍ଥାନ ନାହିଁ। ଫଳରେ ମହିଳାମାନେ ବୈଠକ କରିବାରେ ସମସ୍ୟାରେ ପଡୁଥିଲେ। ଏନେଇ ସ୍ୱୟଂ […]

KANIKA