ଆସନ୍ତା ୧୪ରେ ରାଷ୍ଟ୍ରୀୟ ଲୋକ ଅଦାଲତ



କେନ୍ଦ୍ରାପଡା ୩/୯ ଜନସାଧାରଣଙ୍କୁ ବିନାମୂଲ୍ୟରେ ଆଇନ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରୀୟ ଲୋକ ଅଦାଲତ । ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆସନ୍ତା ସେପ୍େଟମ୍ବର ୧୪ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ଜିଲ୍ଲା କୋର୍ଟ ସମେତ ଏହାର ନିକଟବର୍ତୀ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ଲୋକ ଅଦାଲତରେ ସମସ୍ତ ପ୍ରକାରର ସାଲିସ ଯୋଗ୍ୟ ଚେକ୍ ବାଉନ୍ସ୍‌, ଟଙ୍କା ପୁନରୁଦ୍ଧାର ମାମଲା, ମୋଟରଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ବିବାଦ ଜନିତ ମାମଲା, ବିଦ୍ୟୁତ, ଜଳ ଓ ଅନ୍ୟନ୍ୟ ବିଲ ଦେୟ ଜନିତ ମାମଲା, (ସାଲିସ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ (ବିବାହ ବିଛେଦ ବ୍ୟତୀତ), ଉଚ୍ଚ ନ୍ୟାୟଳୟ ଓ ଦେୱାନୀ ଅଦାଲତରେ ଥିବା ଜମି ଅଧିଗ୍ରହଣ ମାମଲା, ଚାକିରୀ ସମ୍ବନ୍ଧୀୟ ଅବସର କାଳୀନ ପ୍ରାପ୍ୟ ଜନିତ ମାମଲା, ଉଚ୍ଚ ନ୍ୟାୟଳୟ ଓ ଦେୱାନି ଅଦାଲତରେ ଥିବା ରାଜସ୍ୱ ମାମଲା, ଖାଉଟି ବିବାଦ ଓ ଅନ୍ୟାନ୍ୟ ଫୌଜଦାରୀ ମାମଲା ଏବଂ ପ୍ରାକ୍ ମୋକଦ୍ଦମା ସ୍ତରୀୟ (କୋର୍ଟରେ ଦାୟର ହୋଇନଥିବା ମାମଲା) ଯଥା ଚେକ୍ ବାଉନ୍ସ୍‌, ଟଙ୍କା ପୁନରୁଦ୍ଧାର ମାମଲା, ଶ୍ରମ ବିବାଦ ଜନିତ ମାମଲା, ସ୍ଥାୟୀ ଲୋକ ଅଦାଲତର ଅନ୍ୟାନ୍ୟ ଦେୱାନୀ (ସାଲିସ ବିହୀନ ବିବାଦକୁ ବାଦ ଦେଇ), ରକ୍ଷଣାବେକ୍ଷଣା ମାମଲା ଓ ଅନ୍ୟାନ୍ୟ ମୋକଦ୍ଦମାଗୁଡିକର ଫଇସଲା ହେବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଆଇନ ସେବା ପ୍ରାଧିକରଣର ସଚିବ ସୁମିତ୍ରା ସାହୁ ସୂଚନା ଦେଇଛନ୍ତି । ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ଆପୋଷ ବୁଝାମଣା ମାଧ୍ୟମରେ କୋର୍ଟରେ ବିଚାରାଧିନ ମାମଲା ଓ ନିଜ ମଧ୍ୟରେ ଥିବା ଯେକୌଣସି ମିଳାମିଶା ଯୋଗ୍ୟ ବିବାଦର ସହଜ ସମାଧାନ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପୋଯୋଗ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୂଚନା ପ୍ରଦାନ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading