ବସୁନ୍ଧରା ଯୋଜନା ଅଧୀନରେ ହୋମଷ୍ଟେଡ୍ ଜମି ବଣ୍ଟନ ନିମନ୍ତେ ଜିଲ୍ଲାସ୍ତରୀୟ ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ



କେନ୍ଦ୍ରାପଡ଼ା, ତା ୦୪/୦୯/୨୦୨୪ : ଜମି ପରିଚାଳନା ଏବଂ ଅଭାବି ଲୋକଙ୍କୁ ଏହାର ବଣ୍ଟନ ହେଉଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଦୟିତ୍ୱ । ଏହି ଉପଲକ୍ଷେ ଜିଲ୍ଲାପ୍ରଶାସନ ପକ୍ଷରୁ ଆଜି ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଅଡିଟୋରିଅମଠାରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ତହସିଲଦାର, ରେଭିନ୍ୟୁ ସୁପରଭାଇଜର, ରାଜସ୍ୱ ନିରିକ୍ଷକ, ସହାୟକ ରାଜସ୍ୱ ନିରିକ୍ଷକ, ଅମିନମାନଙ୍କର ବସୁନ୍ଧରା ଯୋଜନା ସମ୍ବନ୍ଧୀୟ ଏକ ତାଲିମ, ସଚେତନତା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସକାଳ ୯.୩୦ମିନିଟରୁ ଆରମ୍ଭ ହୋଇ ଅପରାହ୍ନ ୫.୩୦ମିନିଟରେ ଶେଷ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଉକ୍ତ ତାଲିମର ଉପଦେୟତା ସମ୍ପର୍କରେ ଅବଗତ କରାଇଥିଲେ । ସେହିପରି ରାଜନଗର ତହସିଲଦାର ଅଜୟ କୁମାର ମହାନ୍ତି ବସୁନ୍ଧରା ଯୋଜନାର କାର୍ଯ୍ୟକାରିତା ଓ ଜିଲ୍ଲାରେ ଚାଲିଥିବା ସର୍ଭେ ସମ୍ପର୍କରେ ବିସୃତ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୂଚନା ପ୍ରଦାନ କରାଯାଇଥିଲା ଯେ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୧୫୯୫ଗ୍ରାମ ମଧ୍ୟରୁ ଏ ପର୍ଯ୍ୟନ୍ତ ୭୨୧ ଗ୍ରାମରେ ଭୂମିହୀନ ପରିବାର ସମ୍ପର୍କରେ ସର୍ଭେ କରାଯାଇଛି । ଭୂମିହୀନ ଜମି ବସୁନ୍ଧରା ଯୋଜନାରେ ପାଇବା ପାଇଁ ମୋଟ ୧୨୪୭ ଜଣ ଦରଖାସ୍ତକାରୀ ଆବେଦନ କରିଥିବା ବେଳେ ଅନୁସୂଚିତ ଜନ ଜାତି-୨, ଅନୁସୂଚିତ ଜାତି-୧୧୦, ଏସସିବିସି-୭୦ ଓ ଅନ୍ୟାନ୍ୟ-୧୦୬୫ ଅଛନ୍ତି । ଓପିଏଲଇ ଆକ୍ଟରେ ଏସି-୨,ଏସସିବିସି-୧୩, ଅନ୍ୟାନ୍ୟ-୧୧ ମୋଟ ୨୬ ଜଣ ଭୂମିହୀନ ପରିବାର ସରକାରୀ ଜମି ଦାଖଲରେ ଅଛନ୍ତି । ସୂଚନା ଯୋଗ୍ୟ ଯେ ୧୯୭୪-୭୫ ମସିହା ପରଠାରୁ ପ୍ରତ୍ୟେକ ଗୃହହୀନ ପରିବାରକୁ ସରକାରୀ ଜମି ଯୋଗାଇ ଦିଆଯାଉଛି । ଏହି ଗୁରୁତ୍ୱପୂର୍ଣ କାର୍ଯ୍ୟର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାକୁ ସରକାରଙ୍କ ସର୍ବୋଚ୍ଚ ସ୍ତରରୁ କ୍ଷେତ୍ରସ୍ତର ପର୍ଯ୍ୟନ୍ତ ଜୋରଦାର ପ୍ରୟାସ କରାଯାଉଛି ।୨୦୦୪-୦୫ ମସିହାର ସର୍ଭେରପୋର୍ଟ ଅନୁଯାୟୀ ରାଜ୍ୟରେ ପ୍ରାୟ ୨,୪୯,୩୩୪ ଗୃହହୀନ ପରିବାର ଥିଲେ ଓ ୨୦୦୫-୦୮ ମସିହା ଅର୍ଥାତ ୩ ବର୍ଷ ମଧ୍ୟରେ ୨,୨୯,୮୮୫ ସଂଖ୍ୟାର ଗୃହହୀନ ପରିବାରକୁ ହୋମଷ୍ଟେଡ ଜମି ଯୋଗାଇ ଦିଆଯାଇଛି । ଗୃହହୀନ ଓ ଭୂମିହୀନ ବ୍ୟକ୍ତିଙ୍କ ବାର୍ଷିକ ଆୟ ସୀମାକୁ ୧୫,୦୦୦ରୁ ୨୪,୦୦୦କୁ ବୃଦ୍ଧି କରାଯାଇଛି । ଡେପୁଟି କଲେକ୍ଟର (ରେଭିନ୍ୟୁ) କୁଇନି ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଓ ଶେଷରେ ସେ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading