ରାଜ୍ୟ ସ୍ତରୀୟ ଗୁରୁ ପୂଜନ ଓ ସ୍ୱର ମହ୍ଲାର ମହୋତ୍ସବ ୨୦୨୪ ପାଳିତ



କେନ୍ଦ୍ରାପଡା ୫/୯ – କେନ୍ଦ୍ରାପଡାର ପ୍ରମୁଖ ସଂଗଠନ ମୂର୍ଚ୍ଛନା ଓ ଓଡିଶା କଲଚର୍ ଆର୍ଟ ଏକାଡେମୀ ପକ୍ଷରୁ ଗୀତ ଗୀତ ଗୋବିନ୍ଦ ସଦନ ଠାରେ ଗତ ବୁଧବାର ଦିନ ରାଜ୍ୟ ସ୍ତରୀୟ ଗୁରୁ ପୁଜନ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଓଡିଶାରୁ ୧୨୦ ଜଣ ଗୁରୁଙ୍କୁ ଗୁରୁଶ୍ରୀ ସମ୍ମାନରେ ସମ୍ମାନୀତ କରା ଯାଇଥିବା ବେଳେ ଶିଶୁ ପ୍ରତିଭା ସମ୍ମାନରେ ୬୦ ଜଣ ଯୁବ ପ୍ରତିଭା ସମ୍ମାନରେ ୩୦ ଜଣ ଓ ଓଡିଶା ଗୌରବ ସମ୍ମାନରେ ୪୦ ଜଣଙ୍କୁ ସମ୍ମାନୀତ କରାଯାଇଥିଲା । ଉକ୍ତ ଉତ୍ସବରେ ରାଷ୍ରପତି ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଦିନେଶ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଓ ସଭାପତି ବସନ୍ତ କୁମାର ଦାସ ପ୍ରାରମ୍ଭରେ ଗୁରୁ ପୂଜନ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇଥିଲେ ଓଡିଆ ଭାଷା ସାହିତ୍ୟ ଓ ସସ୍କୃତି ବିଭାର ପ୍ରୋଗ୍ରାମ ଅଧିକାରୀ ତ୍ରିଲୋଚନ ବରାଳ ମୁଖ୍ୟବକ୍ତା ଭାବେ ଶଶଧର ପଣ୍ଡା, ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ ତଥା ପରାମର୍ଶଦାତା ନବ କିଶୋର ଦାସ, ବ୍ୟଙ୍ଗ କବି ସମ୍ପଦ ରଥ, ଜେନେରାଲ ମ୍ୟାନେଜର କ୍ଷୀରୋଦ କୁମାର ସାହୁ, ଭାଗବତ ପ୍ରଚାର ସମିତିର ରାଜ୍ୟ ସଭାପତି ନଙ୍ଗୁଳି ବାବା, ବରଗଡ କଂସ ବାସୁଦେବ ପ୍ରଧାନପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବକୁ ଅନୀଲ କୁମାର ବାରିକ,ମୋନାଲିସା ମୁଦୁଲି,ଶ୍ରାବଣୀ ମହାନ୍ତି, ନିରାକାର ମହାରଣା ଓ କ୍ରିଷ୍ଣା ଦତ ପ୍ରମୁଖ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading