ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିରରେ ଗୁରୁ ଦିବସ



ପଟ୍ଟାମୁଣ୍ଡାଇ ତା ୬/୯-ଓଡିଶାର ସର୍ବବୃହତ ପଞ୍ଚକଳା ତୀର୍ଥ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର ପକ୍ଷରୁ ବଡ଼ମୂଳବସନ୍ତ -ନସିପୁର ଠାରେ ଗୋପାଳ ଦାଶ ସ୍ମାରକୀ ଭବନରେ ପାଳିତ ହୋଇଯାଇଛି I ଗଡ଼ମେକର ପ୍ରତିଷ୍ଠାତା ସଭାପତି ସୁଶାନ୍ତ ପାଣିଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ମାଡ୍ରାସ ଆଇ ଆଇ ଟି ପ୍ରଫେସର ଅଭିଳାଷ ରାଉଳ,ସମୀର ରଞ୍ଜନ ଦାସ, ରମେଶ ଦେ ଓ ରବୀନ୍ଦ୍ର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗୁରୁ ଦିବସର ମହତ୍ୱ ଉପରେ ଆଲୋକପାତ କରିଥିଲେ I ଏଇ ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚନା, ଗୁରୁ ବନ୍ଦନା ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା I ଦୂରଦର୍ଶନ ନୃତ୍ୟ ଶିଳ୍ପୀ ସ୍ମୃତିପ୍ରିୟା ପ୍ରଧାନ ଓ କଣ୍ଠଶିଳ୍ପୀ ସୁପ୍ରିୟା ଦାଶଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମକୁ ବୈଶାଖୀ ରାଉତ, ଲିପ୍ସା ବେହେରା, ପ୍ରିୟଙ୍କା ବେହେରା, ଦୀପକ ମଲ୍ଲିକ, ଧ୍ରୁବ ଚରଣ ସାହୁ ଓ ଅଞ୍ଜଳି ପାଣି ପରିଚାଳନା କରିଥିଲେ I


Discover more from

Subscribe now to keep reading and get access to the full archive.

Continue reading