ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘ କେନ୍ଦ୍ରାପଡା ବ୍ଲକର ସାମ୍ବିଧାନିକ ସମ୍ମିଳନୀ



କେନ୍ଦ୍ରାପଡ଼ା,୧୪ା୯: ଓଡିଶା ପ୍ରାଥମିକ ଶିକ୍ଷକ ସଂଘ କେନ୍ଦ୍ରାପଡା ବ୍ଲକର ସାମ୍ବିଧାନିକ ସମ୍ମିଳନୀ ଜିଲ୍ଲା ସଂଘର ସଭାପତି ଅନନ୍ତ କୁମାର ପରିଡାଙ୍କ ସଭାପତିତ୍ୱରେ ଗରାପୁରସ୍ଥ ଶିକ୍ଷକ ଭବନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପୂର୍ବତନ ସଭାପତି ବିଶ୍ୱବଂଧୁ ଜେନା, ପୂର୍ବତନ ସମ୍ପାଦକ ଶେକ ଖତିବ ପ୍ରମୁଖ ସେମାନଙ୍କ ସମୟର କାର୍ଯ୍ୟକ୍ରମ ଓ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଥିବା କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଆୟବ୍ୟୟର ହିସାବ ପୂର୍ବତନ କୋଷାଧ୍ୟକ୍ଷ ଗାଙ୍ଗେୟ ବିଶ୍ୱାଳ ପ୍ରଦାନ କରିଥିଲେ। ପରେ ଉପସ୍ଥିତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମତାମତ ଅନୁଯାଇ ନୂତନ କମିଟି ଗଠନ କରାଯାଇଥିଲା। ଏହି ନୂତନ କମିଟିର ସଭାପତି ଭାବେ ଦାଶରଥି ନାୟକ, କାର୍ଯ୍ୟକାରୀ ସଭାପତି ଭାବେ କାକୁଲୀ ମଲ୍ଲିକ ଓ କାଳୀପ୍ରସନ୍ନ ଶତପଥୀ, ଉପସଭାପତି ମନୋରଞ୍ଜନ ମହାପାତ୍ର, କିଶୋର ଚନ୍ଦ୍ର ଜେନା, ଶ୍ରୀଧର ସାହୁ ,ମଞ୍ଜୁଲତା ବେହେରା, ବିଷ୍ଣୁ ଚରଣ ସାମଲ, ସଂପାଦକ ଦେବେନ୍ଦ୍ର ନାୟକ, ଯୁଗ୍ମ ସମ୍ପାଦକ ଶିବନାରାୟଣ ମହାନ୍ତି, ଅସଗର ଅଲ୍ଲୀ, ସଂଗଠନ ସମ୍ପାଦକ ଶେକ ଫଯାଜୁଦ୍ଦିନ, ଗାଙ୍ଗେୟ ବିଶ୍ୱାଳ, ସହସମ୍ପାଦକ ନିରୁପମା ପରିଡା, ଖଗେଶ୍ୱର ସାମଲ, ରଶ୍ମିତା ରାଉତ, ଶେକ ସାହାନୱାଜ, ପ୍ରଦୀପ୍ତ ଶତପଥୀ, ଜୋନାଲ ସମ୍ପାଦକ ଦେବୀପ୍ରସାଦ ଦାସ, ଗଙ୍ଗାଧର ମହାପାତ୍ର, ବୀରବର ଦାସ, ପ୍ରଜ୍ଞା ପ୍ରଗ୍ଳଭା ଚଇନି, ଶ୍ରୀଧର ବେହେରା, ପୁଷ୍ପିତା ମୁଦୁଲୀ, କୋଷାଧ୍ୟକ୍ଷ ଦୀପକ ବେହେରା, ସମୀକ୍ଷକ କୌଶଲ୍ୟା ନାୟକ, ରଞ୍ଜନ ମଲ୍ଲିକ, ସୂଚନା କୌଶଳ ସଂଯୋଜକ ଜୀତେନ୍ଦ୍ର ତ୍ରିପାଠୀ, ପଦ୍ମଲୋଚନ ଭୂୟାଁ, ମୁଖପାତ୍ର ଅଚ୍ୟୁତାନନ୍ଦ ସାମଲ, ଗଣମାଧ୍ୟମ ସଂଯୋଜକ ମିର୍ ଅଖତର ଅଲ୍ଲୀ ପ୍ରମୁଖଙ୍କୁ ସର୍ବ ସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା। ଜିଲ୍ଲା ସଭାପତି ଅନନ୍ତ କୁମାର ପରିଡା ସେମାନଙ୍କୁ ଶପଥପାଠ କରାଇବା ସହିତ ସଂଘର କାର୍ଯ୍ୟକ୍ରମ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ହିତ ସାଧନ ପାଇଁ ହେବା ଉଚିତ ବୋଲି ମତ ପ୍ରକାଶ କରିଥିଲେ। ନବ ନିର୍ବାଚିତ ସଭାପତି ଓ କର୍ମକର୍ତ୍ତାଗଣ ସଂଘୀୟ ଅନୁଶାସନ ପାଳନ କରି କାର୍ଯ୍ୟ କରିବାର ବାର୍ତ୍ତା ରଖିଥିଲେ। ଶେଷରେ ପଦ୍ମ ଲୋଚନ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading