ପୋଖରୀରେ ବୁଡି ଶିଶୁପୁତ୍ର ମୃତ



ପଟ୍ଟାମୁଣ୍ଡାଇ ୧୭/୯- ପୋଖରୀରେ ପାଣିରେ ବୁଡି ତିନି ବର୍ଷର ଶିଶୁପୁତ୍ର ମୃତ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ମାଳିପୁର ଗାଁରେ । ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ, ମାଳିପୁର ଗାଁର ଗଣେଶ ସେନାପତିଙ୍କର ତିନି ବର୍ଷର ଶିଶୁପୁତ୍ର ଗୌରବ ସେନାପତିଙ୍କ ଖେଳୁଥିବାବେଳେ, ଘର ପାଖ ପୋଖରୀରେ ବୁଡି ଯାଇଥିଲେ। ଏନେଇ ପରିବାର ଲୋକ ବହୁତ ଖୋଜାଖୋଜି କରି ପୋଖରୀରେ ଗୌରବଙ୍କୁ ଭାସୁଥିବାର ଦେଖିଥିଲେ । ପରେ ଗାଁ ଲୋକଙ୍କ ସହାୟତାରେ ଗୌରବକୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।


Next Post

ବାଇକ-ସ୍କୁଟି ଦୁର୍ଘଟଣା, ୨ ଆହତ

Tue Sep 17 , 2024
କେନ୍ଦ୍ରାପଡ଼ା,୧୭ା୯:କେନ୍ଦ୍ରାପଡ଼ା ସହର ତିନିମୁହାଣୀ ଛକ ଶିବ ମନ୍ଦିର ନିକଟରେ ଏକ ବାଇକ ଓ ସ୍କୁଟି ଧକ୍କା ହେବାରୁ ଦୁଇଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତରିତ ହୋଇଛନ୍ତି। ଗୁରୁତର ହୋଇଥିବା କବି ପ୍ରସାଦ ମଲ୍ଲିକଙ୍କୁ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ରେଫର କରିଛନ୍ତି । ଅନ୍ୟ ଜଣେ ଆହତ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ […]

KANIKA