
କେନ୍ଦ୍ରାପଡ଼ା,୧୭ା୯:କେନ୍ଦ୍ରାପଡ଼ା ସହର ତିନିମୁହାଣୀ ଛକ ଶିବ ମନ୍ଦିର ନିକଟରେ ଏକ ବାଇକ ଓ ସ୍କୁଟି ଧକ୍କା ହେବାରୁ ଦୁଇଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତରିତ ହୋଇଛନ୍ତି। ଗୁରୁତର ହୋଇଥିବା କବି ପ୍ରସାଦ ମଲ୍ଲିକଙ୍କୁ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ରେଫର କରିଛନ୍ତି । ଅନ୍ୟ ଜଣେ ଆହତ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଖବର ନେବାରୁ ଜଣାପଡିଛି କବି ପ୍ରସାଦ ମଲ୍ଲିକ ନିଜ ସ୍କୁଟି ଯୋଗେ ରାସ୍ତା ପାର ହେଉଥିଲେ । ସେତେବେଳେ ଏକ ବାଇକରେ ୩ ଜଣ ବସି ଦ୍ରୁତ ଗତିରେ ତିନିମୁହାଣୀ ଅଭିମୁଖେ ଯାଉଥିବା ଅବସ୍ଥାରେ କବି ପ୍ରସାଦଙ୍କ ସ୍କୁଟିକୁ ଧକ୍କା ଦେବା ଫଳରେ କବି ପ୍ରସାଦ ଗୁରୁତର ହୋଇଥିଲେ। ସେହିପରି ବାଇକରେ ଯାଉଥିବା ତିନି ଜଣଙ୍କ ମଧ୍ୟରୁ ଗାଡି ଚଳାଉଥିବା ଯୁବକ ଜଣକ ଆହତ ହୋଇଥିଲେ। ପୁଲିସ ଉଭୟଙ୍କୁ ନେଇ ଟାଉନଥାନା ପୋଲିସ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଶ୍ରୀ ମଲ୍ଲିକଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।











