ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା



କେନ୍ଦ୍ରାପଡ଼ା,୧୭ା୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରରେ ଏକ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାମନ୍ଦିର ପରିଚାଳନା ପରିଷଦର ସଭାପତି ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ୱରେ ଏବଂ ପ୍ରଧାନ ଆଚାର୍ଯ୍ୟ ବିଭୁତିରଞ୍ଜନ ରାଉତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ଜିଲ୍ଲାର ଶିକ୍ଷା ବିକାଶ ସଂସ୍ଥାନ ସହବନ୍ଧିତ ଥିବା ୧୨ଟି ବିଦ୍ୟାଳୟର ପ୍ରାୟ ଏକଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସେମାନଙ୍କର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ଏହି ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରିବା ପାଇଁ ଶିକ୍ଷା ବିକାଶ ସଂସ୍ଥାନର ବିଶ୍ୱଜିତ ବିଶ୍ୱାଳ ଓ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ମଲ୍ଲିକ ଯୋଗଦେଇ ବିଜ୍ଞାନର ଉପେଯାଗିତା ସମ୍ବନ୍ଧରେ ପିଲାମାନଙ୍କୁ ବୁଝାଇଥିଲେ। ପରିଚାଳନା ପରିଷଦର ସଭାପତି ଶ୍ରୀ ସାହୁ ଓ ସମ୍ପାଦକ ରାଜଗୋପାଳ ମହାନ୍ତି ପିଲାମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ବିଦ୍ୟାମନ୍ଦିରରର ସମସ୍ତ ଗୁରୁଜୀ, ଗୁରୁମା ଓ କର୍ମଚାରୀମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳ ହୋଇଥିବାରୁ ସେମାନଙ୍କୁ ସାଧୁବାଦ ପ୍ରଦାନ କରାଯାଇଥିଲା।


Discover more from

Subscribe now to keep reading and get access to the full archive.

Continue reading