କେନ୍ଦ୍ରାପଡ଼ା,୨୧ା୯: କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ବିଭାଗର କେତେକ ମୁଷ୍ଟିମେୟ ସାଂସ୍କୃତିକ ଦଳକୁ ପୂର୍ବ ସରକାରଙ୍କ ସମୟରୁ ଲଗାତର ନୃତ୍ୟ ଓ ସଙ୍ଗୀତ ପରିବେଷଣ ପାଇଁ ସୁଯୋଗ ଦେଇଆସୁଥିବା ବେଳେ ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ବିକାଶ ମେଳା ଯାହାକି କେନ୍ଦ୍ରାପଡା କଲେଜରେ ୨୨ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ଚାଲିବ ସେଥିରେ କେବଳ ପୂର୍ବର ସେହି କେତେକ ନିର୍ଦ୍ଧିଷ୍ଟ ଦଳକୁ କଳା ପରିବେଷଣ ପାଇଁ ସୁଯୋଗ ଦିଆଯାଇଛି । ଏହି ସଂକ୍ରାନ୍ତରେ ଜିଲ୍ଲାର ବିଭିନ୍ନ […]

କେନ୍ଦ୍ରାପଡା,୨୦/୯: ପ୍ରତିବର୍ଷ ପରି ଚଳିତବର୍ଷ କେନ୍ଦ୍ରାପଡା ପୌର ପରିଷଦ ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସ୍ୱଚ୍ଛତା ହିଁ ସେବା ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୧୭ତାରିଖରୁ ଅକ୍ଟୋବର ୧ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ଏହି ପରିପ୍ରେକ୍ଷୀରେ ସଫେଇ କର୍ମଚାରୀମାନଙ୍କ ପାଇଁ ସଫେଇ ମିତ୍ର ସୁରକ୍ଷା ଶିବିର ନିମନ୍ତେ ଆଜି କେନ୍ଦ୍ରାପଡା ପୌର ପରିଷଦ ଆନୁକୂଲ୍ୟରେ ଟାଉନ ହଲ୍‌ରେ ମାଗଣା ସ୍ୱାସ୍ଥ୍ୟ […]

କେନ୍ଦ୍ରାପଡ଼ା, ୨୧ା୯: ଲୁଣା-କରାଣ୍ଡିଆ ନଦୀର ବସପୁର ପୋଲ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା କରୁଥିବା ଘଟଣା ବୃଦ୍ଧି ପାଉଥିବା ଯୋଗୁଁ ପୋଲର ଉଭୟ ପାଶ୍ୱର୍ର ବାଡାକୁ ୬ଫୁଟ ଉଚ୍ଚତାରେ ତାର ଜାଲି ଦେଇ ଆବଦ୍ଧ କରାଯିବାକୁ ଦାବି କରାଯାଇଛି। କେନ୍ଦ୍ରାପଡା ବିକାଶ ପରିଷଦ ପକ୍ଷରୁ ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଜିଲ୍ଲା ସଦର ମହକୁମାରୁ ପ୍ରାୟ ୮କିଲୋମିଟର ଦୂରରେ ଥିବା […]

କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଥର ପାଇଁ ରାଜନଗର ନିର୍ବାଚନମଣ୍ଡଳୀ ବିକାଶ କମିଟି ବୈଠକ ଶୁକ୍ରବାର ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ରାଜନଗର ବ୍ଲକ ଅଧ୍ୟକ୍ଷା ପ୍ରତିଭା ପାତ୍ର, ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ, ରାଜନଗର ବିଡ଼ିଓ […]

ପଟ୍ଟାମୁଣ୍ଡାଇ,୨୦ା୯ – ପାର୍ବଣ ଋତୁର ଆଗମନରେ ଆସନ୍ତା ଅକ୍ଟୋବର ୯ରେ ପଟ୍ଟାମୁଣ୍ଡାଇ ସହରରେ ୨୬ଟି ମଣ୍ଡପରେ ଦୁର୍ଗା ପୂଜା ଅନୁଷ୍ଠିତ ହେବ। ଦୁର୍ଗାପୁଜା ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଶୁକ୍ରବାର ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପରିସରରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଦର୍ଶ ଥାନା ଆଇଆଇସି ଶୁସାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୌରାଧ୍ୟକ୍ଷ ହେମନ୍ତ ସାହୁ, ଅତିରିକ୍ତ ତହସିଲଦାର […]